ସଂସଦ ରେ ଉଠିଲା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା,ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣା ର ସିବିଆଇ ତଦନ୍ତ ଦାବି କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦଲିତ ଯୁବକ ତୋରା ର ଗୋବିନ୍ଦ କୁମ୍ଭାର ଙ୍କ ଟାଉନ ଥାନା ପୋଲିସ ହାଜତରେ ମୃତ୍ୟୁ ଘଟଣା ର ଥାନାରେ ଏ ପର୍ଯ୍ୟନ୍ତ ଏତଲା ମଧ୍ୟ ଗ୍ରହଣ କରାନଯିବାରୁ ପରିବାର ବର୍ଗ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ରାଜ୍ୟ ସରକାର ଗୃହ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ମାନ୍ୟବର ବାଚସ୍ପତି ଙ୍କ ଠାରେ ଅନୁରୋଧ କରିଥିଲେ। ସେହିପରି ମମିତା ମେହେର ହତ୍ୟା,ପରି ହତ୍ୟା ଘଟଣା ଏବଂ ମହଙ୍ଗା ଡବଲ ମର୍ଡର ଘଟଣା ର ମଧ୍ୟ ସିବିଆଇ ଦ୍ବାରା ତଦନ୍ତ କରିବାକୁ କହିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































