ଆମ୍ବୁଲାନସ ଡ୍ରାଇଭରଙ୍କ ମହାନତାକୁ ପ୍ରନ୍ସସା
ଫୁଲବାଣୀ-( ସୁନୀଲ ପଟନାୟକ)
ଆଜିର ଦୁନିଆରେ ମଣିଷ ନିଜନିଜର ସ୍ଵାର୍ଥ ପଛରେ ଦଉଡୁଥିବାବେଳେ ବହୁତ କମ ଲୋକ ନି8ସ୍ୱାର୍ଥପର ଭାବେ କାମ କରିବାର ଦେଖିବାକୁ ମିଳୁଛି । ଟିକିଏ ସୁଯୋଗ ମିଳିଲେ ଜଣେ ଅନ୍ୟଜଣକୁ ଠକିବ ସେହି ଚିନ୍ତାରେ ଥିବାବେଳେ ସଚ୍ଚୋଟ ପଣିଆ ଦେଖାଇଛନ୍ତି ଜଣେ ଆମ୍ବୁଲାନ୍ସଡ୍ରାଇଭର। ନିଜର ମଣିଷ ପଣିଆ ଲାଗି ସେ ଏବେ ପ୍ରଶସାଂ ଓସମ୍ମାନ ପାଉଛନ୍ତି ଲୋକଙ୍କଠାରୁ। ସେହି ପ୍ରାଇଭର ଜଣଙ୍କ ହେଉଛନ୍ତି କନ୍ଧମାଳ ଜିଲ୍ଲାକୋଟଗଡ ମେଡିକାଲର ୧୦୮ଆମ୍ବୁଲାନ୍ସ ଡ୍ରାଇଭର ଶୁଭକାନ୍ତ ନା ଏକ ।
ସେହି ଅଞ୍ଚଳର କମଳା ବିନ୍ଧାଣି ନାମକ ଜଣେ ମହିଳା କୋଟଗଡ଼ବଜାରକୁ ଆସି ଫେରୁଥିବାବେଳେ ଜଙ୍ଗଲ ରାସ୍ତାରେ ନିଜର ସୁନାଗ୍ରହଣ । ।ରାସନ କାର୍ଡ଼,ଜମିପଟ୍ଟା ବ୍ୟାଙ୍କପାସବୁକ ସହ ଟଙ୍କ। ପଇସା ବ୍ୟାଗ ନିଜର ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲା।
ଏହି ସମୟରେ ଶୁଭକାନ୍ତ ରୋଗୀ ନେଇ ଫେରୁଥିବାବେଳେ ବ୍ୟାଗଟିକୁ ଦେଖି ଗାଡି ଅଟକାଇ ସାଙ୍ଗରେ ଆଣିଥିଲେ । ଏହା ପରେ ଏହି ବ୍ୟାଗ ସଂପର୍କରେ। ମେଡିକାଲ କର୍ମଚାରୀ ଙ୍କୁ ଜଣାଇଥିଲେ । ପରେ ବ୍ୟାଗ ଦେଖିବାପରେ ଏଥିରେ ସୁନାଗହଣା,କାଗଜପତ୍ର ପାସବୁକ ଆଦି ହେଉଛି ଗୁଗୁରୁ ମାହା ଗ୍ରାମରକମଳା ବିନ୍ଧାଣୀଙ୍କର । ଏହାପରେ ଶୁଭକାନ୍ତ କମଳାଙ୍କ ଗ୍ରାମଗୁଗୁରୁ ମାହାକୁ ଯାଇ ଗ୍ରାମ ଲୋକଙ୍କ ଉପସ୍ଥିତିରେ ତାଙ୍କର ଟଙ୍କା ସୁନା ସହିତ ସବୁ ଜିନିଷ ଫେରାଇ ଦେଇଛନ୍ତି ।
ଆଉ ହଜିଯାଇଥିବା ଜିନିଷ ଆଉ କଣ ମିଳିବ ବୋଲି ଆଶା ଛାଡ଼ି ମନଦୁଃଖରେ ଘରେ ବସିଥିବାକମଳା ହଠାତ ସବୁ ଜିନିଷ ପାଇ ଖୁସି ହେବା ସହ ଶୁଭକାନ୍ତ କୁ ଧନ୍ୟବାଦ ଦେଇଥିଲେ।
ଆମ୍ବୁଲାନ୍ସଡ୍ରାଇଭରଙ୍କ ସଚୋଟ ପଣିଆକୁ ମେଡିକାଲ କର୍ମଚାରୀ ଓ କୋଟଗଡ଼ ଗ୍ରାମବାସୀ ମଧ୍ୟ ପ୍ରଶସାଂକରିଛନ୍ତି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































