ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା। ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ
ବରଗଡ : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ର ଆଜିର ମ୍ୟାଚ୍ ଗୁଡିକରେ ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ ହୋଇଛନ୍ତି।
ଆଜି ବିକାଶ ଗ୍ରାଉଣ୍ଡ ରେ ପଦ୍ମପୁର ରାଜ ବୋରାସମ୍ବର କ୍ଲବ ଟସ୍ ଜିତି ପ୍ରଥମେ ଗୋଡଭଗା ସେଣ୍ଟ୍ରାଲ ଦଳ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଗୋଡଭଗା ଦଳ ବ୍ୟାଟିଂ କରି ଲୋକନାଥ ମହାପାତ୍ର ଙ୍କ ୩୫ରନ, ବାଦଲ ପରଦେଶୀ ୨୮ରନ, ଆକାଶ ସିଂ ଙ୍କ ୩୦ ରନ ଫଳରେ ୩୭.୩ ଓଭର ରେ ୧୬୪ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ପଦ୍ମପୁର ପକ୍ଷରୁ ଦୀପକ ଜୟପୁରୀୟା ୩ ୱିକେଟ,ଧରଣୀ ବାରିକ ୩ ୱିକେଟ, ପ୍ରୟାସ ସାହୁ ୨ ୱିକେଟ ନେଇଥିଲେ। ଜବାବ ରେ ପଦ୍ମପୁର ଦଳ ଅକ୍ଷୟ ଦଂଶନା ଙ୍କ ୭୩ ରନ, ଅବଦୁଲ ରହିମ ଖାଁ ୨୮ ରନ ଫଳରେ ୩୫.୫ ଓଭର ରେ ୧୫୪ ରନ କରି ଅଲ୍ ଆଉଟ୍ ହୋଇଯିବା ଫଳରେ ମ୍ୟାଚ୍ କୁ ୧୦ ରନ ରେ ହାରି ଯାଇଥିଲା। ଗୋଡଭଗା ପକ୍ଷରୁ ବାଦଲ ପରଦେଶୀ ୪ ୱିକେଟ, ପ୍ରଭଞ୍ଜନ ସାହୁ ଓ ସୌରଭ ନାୟକ ୩ ଟି ଲେଖାଏଁ ୱିକେଟ ନେଇଥିଲେ। ଖେଳ ପରିଚାଳନା କରିଥିଲେ ଗୁରଦୀପ ସିଂ ଓ ପ୍ରୟାସ ବଗାର। ସ୍କୋରର ଥିଲେ ରଜତ ଦାଶ।
ସେହିପରି କଟାପାଲି ଗ୍ରାଉଣ୍ଡ ରେ ଭି ଏସ ଏସ କ୍ଲବ ଅତାବିରା ଓ ବରଗଡ ପ୍ରାଇଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ରେ ଭି ଏସ ଏସ କ୍ଲବ ଅତାବିରା ପ୍ରଥମେ ବ୍ୟାଟିଂ କରି ରିତିକ ଜୈନ ଙ୍କ ୪୦ ରନ, ସଂସ୍କାର କୋଟାକ ଙ୍କ ୧୯ ରନ ଫଳରେ ୩୧.୨ ଓଭର ରେ ୧୨୩/୯ ରନ କରିଥିଲେ। ବରଗଡ ପ୍ରାଇଡ୍ ପକ୍ଷରୁ ପ୍ରୀୟାଂଶୁ ପୁରୋହିତ ୩୨/୩ ୱିକେଟ, ସୌମ୍ୟ ରଥ ୩୯/୨ ୱିକେଟ ନେଇଥିଲେ। ଜବାବ ରେ ବରଗଡ ପ୍ରାଇଡ୍ ଦଳ ହିମାଂଶୁ ଭୋଇ ଙ୍କ ୫୪ ରନ, ଅଜିତ ସ୍ବାଇଁ ଙ୍କ ୧୮ ରନ ଫଳରେ ୧୪.୩ ଓଭର ରେ ୧୨୪/୪ ରନ କରି ମ୍ୟାଚ୍ କୁ ୬ ୱିକେଟ ରେ ଜିତି ନେଇଥିଲା। ଖେଳ ପରିଚାଳନା କରିଥିଲେ ପ୍ରଦୀପ ଦାଶ ଓ ଶୁଭମ୍ ପାତ୍ର। ସ୍କୋରର ଥିଲେ ମନୋଜ ପାତ୍ର।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































