ଡାଳୁଆ ଜଙ୍ଗଲରେ ଅବକାରୀ ଚଢ଼ାଉ,ବିପୁଳ ପରିମାଣର ଦେଶୀ ମଦ ଜବତ
ଖୁଣ୍ଟୁଣି(ଉଲାପ୍ର)ଖୁଣ୍ଟୁଣି ଥାନା ଡାଳୁଆ ଗ୍ରାମ ନିକଟସ୍ଥ ଜଂଗଲରେ ଆଠଗଡ଼ ଅବକାରୀ ବିଭାଗ ତରଫରୁ ଏକ ବଡଧରଣର ଚଢାଉ କରାଯାଇଥିଲା।ଏହି ଚଢାଉ ରେ କଣ୍ଟେନରରେ ଗଛ୍ଛିତ ରଖାଯାଇଥିବା ୩୮୦ଲିଟର ଦେଶୀମଦ ଓ ମଦତିଆରି ନିମନ୍ତେ ପାତ୍ର ମାନଙ୍କ ରେ ଥିବା୪୮୬୦ ଲିଟର ପୋଚ ଜବତ କରାଯାଇଥିଲା।ସମସ୍ତ ଜବତ ସାମଗ୍ରୀ କୁ ନଷ୍ଟ କରି ଦିଆଯାଇଥିଲା।ତେବେ ମଦପ୍ରସ୍ତୁତ କାରି ମାନେ ଖସିଯିଵାରୁ ଦୁଇଟି ମାମଲା ରୁଜୁ କରାଯାଇ ସେମାନଙ୍କୁ ଖୋଜା ଚାଲିଥିବାର ସ୍ଥାନୀୟ ଅବକାରୀ କାରଯ୍ୟାଳୟ ସୂତ୍ରରୁ ଜଣାପଡିଛି।ତେବେ ଵାରମ୍ବାର ଚଢାଉ ସମୟରେ ଆସାମୀ ମାନେ ସୁରାକ ପାଇ ଖସି ଯାଉଥିବାରୁ ଏଥିପାଇଁ ସାଧାରଣ ରେ ଅଵକାରି ବିଭାଗ ସମାଲୋଚନା ର ଶିକାର ହେଉଚି।ଅବକାରୀ ବିଭାଗ ର କିଛି ଅସାଧୁ କର୍ମଚାରୀ ଚଢ଼ାଉ ପୂର୍ବରୁ ମଦ ପ୍ରସ୍ତୁତିକାରୀ ଙ୍କୁ ଆଗୁଆ ସୁଚନା ଦେଉ ଥିବାରୁ ସେମାନେ ଖସି ଯିବାକୁ ସମର୍ଥ ହେଉଛନ୍ତି ବୋଲି ସାଧାରଣରେ ସଂଦେହ ପ୍ରକାଶ ପାଉଛି।ଏହି ଚଢ଼ାଉ ରେ କଟକ ଭ୍ରାମ୍ୟ ମାଣ ଅବକାରୀ ସ୍କ୍ୱାର୍ଡ ର ଭାରପ୍ରାପ୍ତ ନିରୀକ୍ଷକ ସଂଜୀତ ବର୍ଲା, ଆଠଗଡ଼ ଅଵକାରି ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଭଂଜ, ଓ ନରସିଂହପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଦେଵାନନ୍ଦ ଭୂୟାଁ ସମେତ ଆଠଗଡ଼ ଓ ନରସିଂହପୁର ଅଵକାରି ଥାନାର କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































