ସ୍ୱାଧୀନତା ର 74ବର୍ଷ ବିତିଲl ଣି ଡାବେରବନ୍ଧ ଗାଁ ର ସମସ୍ୟା ସୁଧୁରିବ କେବେ ?
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲାର ଅନେକ ଗାଁ ରହିଛିଯେଉଁ ଗାଁ ରେ ଏବେବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ଓ ପାନୀୟ ଜଳଭଳି ବହୁବିଧ ମୌଳିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକେ l lସେଇଭଳି ଏକ ଗାଁ ହେଉଛି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କିରିକୁଟି ଗ୍ରାମ ପଂଚାୟତ ର ଡାବେରବନ୍ଧ l ସରକାରଙ୍କ ମାଳ ମାଳ ଯୋଜନା ସ୍ଵତ୍ତେ ବିକାଶ ଏଠି ଯୋଜନ ଯୋଜନ ଦୂରରେ l ଗାଁରେ କୋଡିଏରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି ହେଲେ ସେମାନଙ୍କ ଯାତାୟତ ପାଇଁ ମାଧ୍ୟମ ସାଜିଛି କାଠ ପୋଲ l ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ନିକଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ସାରିଛି କିନ୍ତୁ ଗାଁ ନିକଟରେ ଥିବା ଖରସ୍ରୋତl ନାଳ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ l ଗ୍ରାମବାସୀ ରାଜନେତା ପ୍ରଶାସନିକ ଅଧିକାରୀଙ୍କୁ ବହୁବାର ଅବଗତ କରିଥିଲେ ସୁଦ୍ଧା ଫଳସୁନ l ଗ୍ରାମବାସୀଙ୍କ ଉଦ୍ୟମରେ ଅସ୍ଥାୟୀ କାଠପୋଲ କରାଯାଇଛି ଯାହାକି ଯାତାୟତର ମାଧ୍ୟମ ସାଜିଛି l କିଛି ବର୍ଷହେଲା ପିଲା ସଂଖ୍ୟା ନେଇ ଗାଁ ସ୍କୁଲକୁ ପ୍ରଶାସନ ବନ୍ଦ କରିଦେଇଛି ଫଳରେ ଏହି ରାସ୍ତାଦେଇ ଦୀର୍ଘ ତିନି କିଲୋମିଟର ଜଙ୍ଗଲ ରାସ୍ତାରେ କୋମଳମତି ପିଲାମାନେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସେହିପରି ପୋଲ ନଥିବାରୁ ଚାରି ଚକିଆଯାନ ଆମ୍ବୁଲାନ୍ସ ଗାଁ କୁ ଆସୁନାହିଁ l ରୋଗୀ ଓ ପ୍ରସୂତି ମହିଳାଙ୍କୁ ଟୋକେଇ ସାହାଯ୍ୟରେ ଭାରକରି ଡାକ୍ତରଖାନା ନିଆଯାଉଛି l ନଳକୂପ ଅଚଳ ଥିବାରୁ ଗ୍ରାମବାସୀ ନାଳ ପାଣିକୁ ପାନୀୟ ଜଳଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ଗାଁ ରେ ଅଙ୍ଗନୱାଡି କର୍ମୀ ନିୟମିତ ଆସୁନଥିବା କହିଛନ୍ତି ଗ୍ରାମବାସୀ l ଗ୍ରାମବାସୀ ଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଏ ସବୁ ମୌଳିକ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତିଅନ୍ୟଥା ଆଗାମୀ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































