ବରଗଡ଼ ସହରେ ଏସିଡ୍ ମାଡ଼; ୫ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଆଜି ଏସିଡ୍ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ ପିଙ୍କୁ ଶର୍ମା(୩୬)। ପବନ ଏବଂ ମନୋଜ ଦୁଇଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କଳିଗୋଳ ହେଉଥିଲା। ଏହି ସମୟରେ ପଡ଼ୋଶୀ ଲୋକେ ସମାଧାନ ପାଇଁ ସେଠାରେ ପହଞ୍ଚି ଥିବାବେଳେ ପବନ ଏସିଡ୍ ମାଡ଼ କରିଥିଲେ। ଏହି ଏସିଡ୍ ମାଡ଼ରେ ଉପରୋକ୍ତ ଲୋକଙ୍କ ସହ ପବନ ନିଜେ ମଧ୍ୟ ଗୁରୁତର ହୋଇଥିଲେ। ତେବେ ସମସ୍ତ ଗୁରୁତରଙ୍କୁ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ (ଭୀମସାର୍ ) ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପବନଙ୍କୁ ପୋଲିସ ଟାଉନ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































