ଆଠଗଡ଼ରେ ବାରମ୍ବାର ଅବକାରୀ ଚଢ଼ାଉ,କୁଆଡେ ଯାଉଛନ୍ତି ମଦ ମାଫିଆ ଓ ବ୍ୟବସାୟୀ ମାନେ
ଆଠଗଡ(ଉଲାପ୍ର)
ଆଠଗଡ଼ ଥାନା କୋରଂଗା ଓ ତାଳବସ୍ତ ଗ୍ରାମରେ ଆଜି କଟକ ,ଢେଙ୍କାନାଳ ଅବକାରୀ ବିଭାଗ, ଆଠଗଡ଼ ଓ ନରସିଂହପୁର ଅବକାରୀ ଵିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲେ।ଉଭୟ ଗ୍ରାମରୁ ୯୫୫୫ଲିଟର ମଦ ତିଆରି ପାଇଁ ସରଂକ୍ଷିତ ପୋଚ ଓ ଗଛ୍ଛିତ ଥିବା ୯୦୦ ଲିଟର ଦେଶିମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଥିଲା। ତେବେ ଏ ସଂକ୍ରାନ୍ତରେ ଅବକାରୀ କର୍ମଚାରୀ ମାନେ
କାହାରିକୁ ଗିରଫ କରିପାରିନଥିଲେ।ଵାରମ୍ବାର ଵିଭିନ୍ନ ସ୍ଥାନରେ ଅବକାରୀ ଵିଭାଗ ଚଢାଉ କରୁଥିଲେ ମଧ୍ୟ ସଵୁସମୟରେ ଅବକାରୀ ଵିଭାଗ କୁ ନିରାଶ ହେଵାକୁ ପଡିଛି।ତେଵେ ଅବକାରୀ ବିଭାଗ ର କିଛି ଅସାଧୁ କର୍ମଚାରୀ ବେଆଇନ ମଦପ୍ରସ୍ତୁତକାରି ମାନଙ୍କ ଠାରୁ ମାସିକିଆ ବଟି ନେଉଥିବାରୁ ସେମାନେ ଚଢାଉ ପୂର୍ବରୁ ମଦପ୍ରସ୍ତୁତ କାରି ମାନଙ୍କୁ ଆଗୁଆ ସୂଚନା ଦେଇଦେଉଛନ୍ତି ଯଦ୍ୱାରା ସେମାନେ ଖସି ଯିବାକୁ ସମର୍ଥ ହେଉଛନ୍ତି।ଏଣ ବିଭାଗ ଏହି ଦୂର୍ନିତଗ୍ରସ୍ତ ଅସାଧୁ କର୍ମଚାରୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଯେତେ ଚଢାଉ କଲେ ମଧ୍ୟ ଅପରାଧି ଧରାପଡିବେ ନାହିଁ।ଏହି ଚଢାଉ ରେ ଆଠଗଡ଼ ଅବକାରୀ ନିରିକ୍ଷକ ପ୍ରଭାସକୁମାର ଚୌଧୁରୀ, ସଂଜୀତ ବାର୍ଲା ଭାରପ୍ରାପ୍ତ ଅଵକାରି ନିରୀକ୍ଷକ
ଦୁଇନମ୍ଵର ଭ୍ରାମ୍ୟମାଣ ଅବକାରୀ ବାହିନୀ କଟକ,ଵିଜୟକୁମାର ଭଂଜ ଭାରପ୍ରାପ୍ତ ଉପନୀରିକ୍ଷକ ଆଠଗଡ଼, ଦେବାନନ୍ଦ ଭୂୟାଁ ଭାରପ୍ରାପ୍ତ ଉପ ନିରୀକ୍ଷକ ନରସିଂହପୁର, ସିତାରାଣି ପଛାୟତ ଢେଂକାନାଳ ଜିଲ୍ଲା ଅବକାରୀ ଉପାଧ୍ୟକ୍ଷ, ଵିଵେକାନନ୍ଦ ପରେଇ ଭାରପ୍ରାପ୍ତ ନୀରିକ୍ଷକ ଅବକାରୀ ଭ୍ରାମ୍ୟମାଣ ଦଳ ଢେଙ୍କାନାଳ ଓ କଟକ, ଢେଙ୍କାନାଳ ଜିଲ୍ଲାର ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































