କଟକ ବିଜେପି ବାଲିଯାତ୍ରା ପଡିଆକୁ ଗୋବର ପାଣି ପକାଇ ସ୍ଵଛ କଲେ
କଟକ(ଉଲାପ୍ର) କଟକନଗର ବିଜେପିର କାର୍ଯ୍ୟକର୍ତା ମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଗହଣରେ କଟକ ବାଲିଯାତ୍ରା ପଡ଼ିଆରେ ସଭା କରିଥିବା ମଞ୍ଚରେ ସ୍ଵଛଭାରତ, ସ୍ଥାନ ପବିତ୍ର କରିବା ପାଇଁ ଗୋବର ପାଣି ଓ ଗଙ୍ଗାଜଳ ଛିଞ୍ଚି ଥିଲେ।ମମିତା ମେହେର ଓ ବିଭିନ୍ନ ହତ୍ୟାରେ ଜଡିତ ମନ୍ତ୍ରୀମାନଙ୍କୁ ଧରି ସାଙ୍ଗରେ ବୁଲି କଟକର ପବିତ୍ର ମାଟିକୁ ଅପବିତ୍ର କରିଥିବାରୁ,କଟକନଗର ବିଜେପି ଅଭିନବ ପ୍ରତିବାଦ କରିଛି।ସମ୍ପୃକ୍ତ ମନ୍ତ୍ରୀମାନଙ୍କୁ ଗିରଫ ଓ ବହିଷ୍କାର ନକରିବା ଯାଏ ବିଜେପି ଏହିଭଳି ଘୋର ପ୍ରତିବାଦ ଜାରି ରଖିବ ବୋଲି କଟକ ନଗରସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରଶ୍ମିରେଖା ଦାସ, ଶ୍ରୀମତୀ ପ୍ରବୀଣା ମହାପାତ୍ର, ଶ୍ରୀମତୀ ନମିତା ମିଶ୍ର, ବିଶ୍ୱରଞ୍ଜନ ମିଶ୍ର, ମହମ୍ମଦ ସବିର,ପୂର୍ଣ୍ଣଚନ୍ଦ୍ର ଜେନା,ଜୟକୃଷ୍ଣ ସ୍ବାଇଁ, ଅମ୍ବିକା ଦାସ,ସଂଯୁକ୍ତା ମିଶ୍ର,ସତ୍ୟ ପଟ୍ଟନାୟକ, ଅମ୍ବିକା ସାମଲ,ସଦାନନ୍ଦ ବିଶ୍ୱାଳ,ଜୀବନଜ୍ୟୋତି ଦାସ,ମିତାଲି ଦାସ,ପ୍ରତିମା ସ୍ବାଇଁ,ମୁସ୍ତାକିମ ଓ ମମତା ନନ୍ଦି ଆଦି ପ୍ରମୁଖ କାର୍ଯ୍ୟକର୍ତା ନେତୃତ୍ୱ ନେଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































