ଦାରିଙ୍ଗବାଡି ରେ ଇକୋ ରିଟ୍ରିଟ ଉଦ୍ଘାଟିତ, ପ୍ରକୃତି କୋଳରେ ନିଜକୁ ହଜାଇଦେବେ ପର୍ଯ୍ୟଟକ
ଫୁଲବାଣୀ( ସୁନୀଲ ପଟନାୟକ)
ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫କଟେଜ ବିଶିଷ୍ଟ ଇକୋ ରିଟ୍ରିଟ ବୁଧବାର ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଏହାକୁ ଉଦ୍ଘାଟନ କରିଛନ୍ତି।
ଗତ ବର୍ଷ ପର୍ଯ୍ୟଟକଙ୍କ ଆଦୃତି ପାଇବା ଫଳରେ ଏବର୍ଷ ରାଜ୍ୟ ସରକାର ପୁଣି ଥରେ ଦାରିଙ୍ଗବାଡିଠାରେ ପର୍ଯ୍ୟଟକଙ୍କ ପାଇଁ ଇକୋରି ଟ୍ରିଟ ଆରମ୍ଭ କରିଛନ୍ତି।
ଆଜି ଠାରୁ ପର୍ଯ୍ୟଟକମାନେ ଅନ୍ ଲାଇନ ମାଧ୍ୟମରେ ବୁକିଙ୍ଗ କରି ରହିବେ।
ଏହା ମାର୍ଚ୍ଚ ୧୫ ଯାଏ ଖୋଲା ରହିବ।
ବଣ ପାହାଡ଼ ଘେରା ଦାରିଙ୍ଗବାଡିର ମନଲୋଭା ପରିବେଶ, ଶୀତଳ ଜଳବାୟୁମନ ଭରି ଉପଭୋଗ କରିବେ ପର୍ଯ୍ୟଟକ । ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜକୁ ଏକ କାର କରିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
. ଟେଣ୍ଟ ରେ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ରହିବା ବ୍ୟବସ୍ଥା ସହ ଖେଳ ସହିତ ଭଳିକି ଭଳି ଦେଶୀ ବିଦେଶୀ ଖାଦ୍ୟ, ଓ ମନୋରଂଜନ ପାଇଁ ଭରପୁର ବ୍ୟବସ୍ଥା ରହିଛି । ଏଣୁ ଦାରିଙ୍ଗବାଡି ଆସନ୍ତୁ, ପ୍ରକୃତିର ମଜା ନିଅନ୍ତୁ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































