ବୀମା କମ୍ପାନୀ ର ଟାଳଟୁଳ ନୀତି ଜିଲାପାଳଙ୍କ ଅଫିସ ଘେରିଲେ ଚାଷୀ
ବରଗଡ଼(ଉଲାପ୍ର)ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଚଳିତବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି। ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ ବୀମା ଆବେଦନ ରଦ୍ଦ କରି ଦେଉଛି । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ବୁଧବାର ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଶତାଧିକ ଚାଷୀ ବାଇକ୍ ରାଲିରେ ଆସି ବରଗଡ଼ ଜିଲାପାଳଙ୍କ ଅଫିସକୁ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସମ୍ବିଧାନ ସୁରକ୍ଷା ମଞ୍ଚ, କୋସଳ ସେନା ସମେତ ବିଭିନ୍ନ ସଂଗଠନ ସମର୍ଥନ କରି ଏଥିରେ ସାମିଲ ହୋଇଥିବା ଦେଖି ବାକୁ ମିଳିଥିଲା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































