ଗଦାସାହି ଉନ୍ନୟନ ପରିଷଦ ତରଫରୁ ସହିଦ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଆଠଗଡ(ଉଲାପ୍ର)ଗତ କିଛିଦିନ ତଳେ ଭାରତୀୟ ସେନାବାହିନୀ ର ସିଡିଏସ ବିପିନ ରାୟୌତ ଓ ତାଙ୍କ ପତ୍ନୀଙ୍କ ସହିତ ବାୟୁସେନାର ୧୨ ଜଣ ସୈନିକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ମୃତୁବରଣ କରିଥିଲେ,ସେହି ସହିଦ ମାନଙ୍କ ଦଶାହ ଅବସରରେ ସେମାନଙ୍କୁ ମନେ ପକାଇ ଆଜି ଆଠଗଡ ସହରର ଗଦାସାହି ଉନୟନ ପରିଷଦର ଛାତ୍ର,ଯୁବକ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ,
ସାହିର ଯୁବକ ମାନଙ୍କ ସହଯୋଗରେ ଏକ ମହମବତୀ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ସହିତ ଗୋପବନ୍ଧୁ ଛକ ଠାରେ ସହିଦ ମାନଙ୍କୁ ମନେ ପକାଇ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଠଗଡ ଥାନା ଅଧିକାରୀ ବାମଦେବ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଶେଷରେ ଅଟ୍ଟାଳି ଭଜନ ସନ୍ଧ୍ୟା ତରଫରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































