ଚିର ନିଦ୍ରାରେ ଆଠଗଡ ଉଦ୍ୟାନବିଭାଗ ଜିପ
ଆଠଗଡ(ଉଲାପ୍ର)ଚିର ନିଦ୍ରାରେ ଆଠଗଡ ଉଦ୍ୟାନ ବିଭାଗ ର ଜିପ,ଏହି ଜିପ ଅନେକ ଅଫିସର ଙ୍କୁ ନିଜସିଟ ରେ ବସାଇ ଅନେକ ସ୍ଥାନକୁ ଠିକଣା ସମୟରେ ନେଇ ପହଞ୍ଚାଇ ପାରିଛି।କେତେବେଳେ ବି ସେ ଅମଙ୍ଗ ହୋଇନାହିଁ,ତା ଡ୍ରାଇଭର ଅବସର ନେବା ପୂର୍ବରୁ ବିଭାଗୀୟ ଅଧିକାରୀ ମାନେ ଏହି ଜିପ ରେ ବସିବାକୁ ମନ କଲେ ନାହିଁ,ନିଜ ଗାଡ଼ିରେ ସରକାରୀ ତେଲ ପକାଇ ଚଢିଲେ,ଆଉ ସେହି ଜିପକୁ ଅବସର ଦେବାକୁ ବାଧ୍ୟ କଲେ,ଏପଟେ ଡ୍ରାଇଭର ବସିବସି ଦୀର୍ଘଦିନ ପର୍ଯ୍ୟନ୍ତ ଦରମା ନେବାପରେ ସେ ଡ୍ରାଇଭର ମଧ୍ୟ ଅବସର ନେଇଗଲେ,ହେଲେ ଏହି ଚାଲୁଥିବା ଜିପ ଏବେ ଅପେକ୍ଷା କରିଛି କୋଉଦିନ ସେ କବାଡି ଖାନାକୁ ଯିବ ଆଉ ପିସ ପିସ ହୋଇ କଟାଯିବ,ଆଉ ଏବେ ଯୋଉ ଅଧିକାରୀମାନେ ଆସୁଛନ୍ତି ସେମାନେ ସବୁ ନିଜ ଜିପରେ ଅଫିସ ଆସୁଛନ୍ତି ହେଲେ ସରକାରୀ ତହବିଲରୁ ପେଟ୍ରୋଲ,ଡିଜେଲ ପକାଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।ଆମ ରାଜ୍ୟରେ ଏମିତି ଚାଲିଛି ସରକାରୀ ଅଫିସ ରେ ସରକାରୀ ଗାଡି ଗୁଡିକ, ଆଉ ଦେଖିବାକୁ ମିଳୁନାହିଁ କୌଣସି ସରକାରୀ ଅଫିସରେ ସରକାରୀ ଗାଡି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































