ଅବହେଳିତ ବିଜୁବାବୁଙ୍କ ପ୍ରତିମାକୁ ସଫକଲେ ଢେଙ୍କାନାଳ ସଚେତନ ନାଗରିକ ଫୋରମର କାର୍ଯ୍ୟକର୍ତ୍ତା
ଢେଙ୍କାନାଳ(ଉଲାପ୍ର)ଏକ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ବିଜୁବାବୁଙ୍କ ପ୍ରତିମାକୁ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଫା କରାଗଲା, ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି, ଫୋରମର ଜିଲ୍ଲା ସମ୍ପାଦକ ଭରତ କୁମାର ଦାସ, ନଗର ଶାଖା ସମ୍ପାଦକ ଦୟାନିଧି ବେହେରା, ଉପସଭାପତି ଚକ୍ରଧର ତରାଇ, ଉପସଭାପତି ଅମ୍ବିକା ପ୍ରସାଦ ମିଶ୍ର,ସହ ସମ୍ପାଦକ ଅଜୟ ମିଶ୍ର ଅଜିତ କୁମାର ବେହେରା ଆଦି ଭାଗ ନେଇଥିଲେ
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































