ଗୁରୁଡ଼ିଝାଟିଆ ଅଞ୍ଚଳର ଆଦର୍ଶ ଆଦିବାସୀ ଶିକ୍ଷକଙ୍କ ପରଲୋକ
ଆଠଗଡ଼(ଉଲାପ୍ର)ଆଠଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଅଂଚଳଭାବେ ପରିଚିତ ଗୁରୁଡିଝାଟିଆ ଅଂଚଳର ଆଦର୍ଶ ଶିକ୍ଷକ ନିରଂଜନ ହେମ୍ବ୍ରମଙ୍କ ର ଟ୍ରାକ୍ଟର ଧକ୍କା ରେ ପରଲୋକ ଘଟିଛି। ମୁ ଶୁଳିଆ ଗ୍ରାମ ନିବାସୀ ତଥା ଆଦିବାସୀ ସଂପ୍ରଦାୟ ର ନିରଂଜନ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ଦୁଃଖ ଦ ଖବର ପାଇ ଆଠଗଡ଼ ର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ସ୍ୱର୍ଗତ ହେମ୍ବ୍ରମ ଙ୍କ ମୁଶୁଲିଆ ସ୍ଥିତ ବାସ ଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର କୁ ସାକ୍ଷାତ କରି ସମବେଦନା ଜଣାଇ ଥିଲେ। ଏହାଛଡା ଶ୍ରୀ ରଥ ସ୍ୱର୍ଗତ ହେମ୍ବ୍ରମ ଙ୍କ ଶବ ସତ୍କାର ସ୍ଥଳୀକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ। ସ୍ବର୍ଗତ ହେମ୍ବ୍ରମ ଓସ୍ତପୁର ବିଦ୍ଯା ଳୟରେ, ଶିକ୍ଷକତା କରୁଥିବା ବେଳେ ନିଜ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ମ୍ରୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇ ଥିଲା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































