ବଡଦିନ ପାଇଁ ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ:
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସଭାଗୃହ ଠାରେ ବଡଦିନ ପାଇଁ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏସଡିପିଓ ଜିଆର ରାଘବେନ୍ଦ୍ର, ବିଡିଓ ଡ.ଜଗଦିଶ ଷଢଙ୍ଗି, ତହସିଲଦାର ଶସାଙ୍କ ଶେଖର ପାତ୍ର ଓ ଆଇଆଇସି ବାବା ଶଙ୍କର ସରାଫ ପ୍ରମୁଖ ଉପସ୍ଥିତ ଥିଲେ । ବଡଦିନ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ଏହାକୁ ନେଇ ସବୁ ଧର୍ମାବଲମ୍ବି ଓ ଅନ୍ୟ ମାନଙ୍କୁ ନେଇ ବୈଠକ ହୋଇଥିଲା । ବଡଦିନ କିଭଳି ପାଳନ କରାଯିବ ଏହାକୁ ନେଇ ପ୍ରଶାସନ ତରଫରୁ ମତାମତ ଲୋଡିଥିଲେ । କୁୁଇକୁଳ ସମାଜ ତରଫରୁ କୁହାଯାଇଛି ଖଗେଶ୍ୱର ମଳିକଙ୍କ
ଶ୍ରାଦ୍ଧ ଦିବସ ଏହାକୁ ଆମେ ସହିଦ ଦିବସ ଭାବେ ପାଳନ କରି ଆସୁଛୁ ତେଣୁ ଆମକୁ ସେଠି ଏହି ଶ୍ରାଦ୍ଧ ଦିବସ ପାଳନ କରିବାକୁ ଅନୁମତି ଦିଆଯାଉ । ଖ୍ରୀଷ୍ଟ ସମାଜ ତରଫରୁ କୁହାଯାଇଛି ଯେ ବଡଦିନ ଆମ ପାଇଁ ଏକ ବଡ ପର୍ବ ଏହା ଏକ ଭାଇଚାରାର ପର୍ବ ତେଣୁ ଆମେ ସବୁ ସମ୍ପଦାୟର ଲୋକେ ମିଳିମିଶି ପାଳନ କରୁଛୁ, ଏଥି ନିମନ୍ତେ କୌଣସି ଅସୁବିଧା ନାହିଁ l ଉପଖଣ୍ଡ ପୋଲିସ ପ୍ରସାସନ ତରଫରୁ ସମସ୍ତ ଚର୍ଚ୍ଚ ମାନଙ୍କରେ ପୋଲିସ ଫୋର୍ସ ମୃତୟନ କରାଯିବ ।ଆସନ୍ତା ୨୨ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ହେବ ସେଠି ଆଗାମି ବଡଦିନ ପାଇଁ କଣକଣ ନିତି ନିୟମ ରଖାଯିବ ସେହି ବୈଠକର ଅଲୋଚନା ପରେ ଜଣାପଡିବ ଓ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକକୁ ସବୁ ସମ୍ପ୍ରଦାୟର ଦୁଇଦୁଇ ଜଣ ଲେଖାଁଏ ଭାଗ ନେବାକୁ ପ୍ରଶାସନ ତେଫରୁ କୁହାଯାଇଛି ।ବଡଦିନକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅଞ୍ଚଳର ସବୁ ଧର୍ମାବଲମ୍ବିର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































