ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ,ଫୁଲବାଣୀ ଓ ଦାରିଙ୍ଗବାଡିରେ ମୃଦୁ ତୁଷାରପାତ
ଫୁଲବାଣୀ(ସୁନୀଲ ପଟନାୟକ ) ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ହାଡ଼ଭଙ୍ଗାଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ଆଜି ସକାଳୁ ସକାଳୁ ଫୁଲବାଣୀ ସହରର କଲେଜଛକ, ଲେଙ୍ଗର ସାହି, ରୁଜାଙ୍ଗି ଆଦି ବିଭିନ୍ନ ସ୍ଥାନରେ ମୃଦୁ ତୁଷାର ପାତ ହୋଇଛି । ସେହି ଅଞ୍ଚଳରେ ଥିବା ବିଲ, ପାଳ ଗଦା ଉପରେ ବରଫର ପତଳା ଆସ୍ତରଣ ପଡିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ଆଜି ମଙ୍ଗଳବାର ଫୁଲବାଣୀରେ ତାପମାତ୍ରା ୪ଡିଗ୍ରୀ ସେଲସିୟସକୁ ଖସି ଆସିଥିବାବେଳେ କ ଦାରିଙ୍ଗବାଡିରେ ପାପମାତ୍ରା୩.୫ ଡିଗ୍ରୀ ସେଲସିୟସ ରହିଛି ।
ସେହିପରି ଗତକାଲି ଓ ଆଜି ମଧ୍ୟ ଓଡ଼ିଶାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ବରଫର ଆସ୍ତରଣ ପଡିଥିବା ଦେଖିବାକୁ ମିଳିଥିଲା ।
ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ।
ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁଫିଟ ରଖିବା ଲାଗି ଏକ ସରସାଇଜ,ମଣିଙ୍ଗୱକ କରୁଛନ୍ତି । ପ୍ରବଳ ଥଣ୍ଡା ଯୋଗୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।
ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ ମାନେ
ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ମଧ୍ୟ ୪ରୁ ୫ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ମଧ୍ୟ ହେଉଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































