ନାରୀ ସଶକ୍ତିକରଣ ରେ ଶିକ୍ଷାର ଭୂମିକା ଶୀର୍ଷକ ଆଲୋଚନା ଚକ୍ର
ଆଠଗଡ(ଉଲାପ୍ର)ନାରୀ ସଶକ୍ତିକରଣ ରେ ଶିକ୍ଷାର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଆଠଗଡ ର ମାଧପୁର କନ୍ୟାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି, ଉଦୟ ଲାବଣ୍ୟ ସମ୍ବାଦପତ୍ର ତରଫରୁ ଏହି ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ
ଯୋଗଦେଇ କହିଲେ ନାରୀ ସସକ୍ତି ହେଲେ ଦେଶ ସୁଧୁରିବ ଆଉ ନାରୀ ସମାଜ ପ୍ରଗତିପଥେ ଆଗେଇବ।ଏହି ଉତ୍ସବ ରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ କହିଲେ ସଭ୍ୟତା ଓ ସମାଜର ଶିକ୍ଷା ହେଉଛି ଜନନୀ,ନାରୀର ଉନତି ଦେଶର ପ୍ରଗତି ବୋଲି ସଭାରେ ଅବିହିତ କରିଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ କଟକ ଜିଲା ସମାଜମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର,ଆଠଗଡ ସମାଜ ମଙ୍ଗଳ ଅଧିକାରୀ ବିଭୁପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ଉଦୟ ଲାବଣ୍ୟ ସହ ସମ୍ପାଦକ ବିଜୟ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ସଭାରେ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ନାରୀ ସଶକ୍ତିକରଣ ରେ ଶିକ୍ଷାର ଭୂମିକା ଶୀର୍ଷକ ଭାଷଣ ପ୍ରତିଯୋଗିତା ରେ ତିନିଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା, କନ୍ୟାଶ୍ରମର ଶିକ୍ଷୟତ୍ରୀ ଶ୍ଵେତପଦ୍ମ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































