ସ୍ଵେଛା ସେବୀ ସଂଗଠନ ଆବାହନପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ସଚେତନ କର୍ମଶାଳା
ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆବାହନ ପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ନେଇ ଏକ କର୍ମଶାଳାସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଆବାହନ ସଂଗଠନର ମୁଖ୍ୟ ଏନ. ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବଳରାମ ସେଠି ମୁଖ୍ୟଅତିଥିଭାବେ ଯୋଗଦେଇଥିବା
ବେଳେ ମୁଖ୍ୟବକ୍ତା ଭାବେ ଡାକ୍ତର ବସନ୍ତ କୁମାର ପାତ୍ର, ଓ ସମ୍ମାନିତ ଅତିଥିଭାବେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ସାମ୍ବାଦିକ ରାଧାମୋହନ ମହାପାତ୍ର, ପ୍ରଜାପିତ ବ୍ରହ୍ମକୁମାର ଇଶ୍ୱରୀୟ ବିଦ୍ୟାଳୟର ଭଉଣୀ ପ୍ରମୁଖ ଯୋଗଦେଇ ବିଶେଷକରି ଆଜିର ଯୁବ ସମାଜ ଦିନକୁ ଦିନ ନିଶା କବଳରେ ପଡି ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି ଯାହାକି ଉଦବେଗର ବିଷୟ ବୋଲି କହିବା ସହ ସଚେତନଜରୁରୀ ବୋଲି କହିଥିଲେ । ଆବାହନ ସଂଗଠନ ଜିଲ୍ଲାର ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହର।ଞ୍ଚଳ ଯାଏ ସଚେତନ ସୃଷ୍ଟି କରି ନିଶା ମୁକ୍ତ ଭାରତ ଗଠନ କରିବା ଦିଗରେ ପ୍ରୟାସ କରୁଥିବାରୁ ସାଧୁବାଦ ଜଣାଇଲେ ।
ଏହି ଅବସରରେ ନିଶା ମୁକ୍ତ କରିବାରେ ସଫଳତା ହାସଲ କରିଥିବା୬୦ଜଣ ଯୁବକ ଯୁବତୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ଥିଲା।ଏହି କର୍ମଶ।ଳ।ରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଶତାଧିକ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ପ୍ରମୁଖ ଯୋଗଦେଇଥିଲେ ।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































