ବାଇକ ଦୁର୍ଘଟଣାରେ ୨ ଗୁରୁତର
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମୁଖ୍ୟ ରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ ସାମ୍ନାରେ ଫାଷ୍ଟଫୁଡ଼ ଦୋକାନ ଆଗରେ ଏକ ବାଇକ ଚାଳକ କ୍ଷିପ୍ର ବେଗରେ ଆସି ରାସ୍ତାରେ ଯାଉଥିବା ଏକ ବ୍ୟକ୍ତିକୁ ଧକ୍କା ଦେବା ଫଳରେ ବ୍ୟକ୍ତି ଜଣଙ୍କ ଛିଟିକି ପଡିବାରୁ ଉଭୟ ବାଇକ ଚାଳକ ଓ ବ୍ୟାକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ଯୋଗାଯୋଗ ଫଳରେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































