ଶିକ୍ଷୟିତ୍ରୀ ଙ୍କୁ ମିଳିଲା ମଦରଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତା ଶ୍ରୀମତୀ ଅନୁସୂୟା ଦେବତା ଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ଲକ୍ଷ୍ନୌ ର ମଦର ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନl ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି। କରୋନା କଟକଣା ଜନିତ ପ୍ରତିବନ୍ଧକ ଯୋଗୁଁ ଏହି ସମ୍ମାନ ଟି ଅନଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି।ପ୍ରକାଶ ଥlଉକି ଶ୍ରୀମତୀ ଦେବତା କରୋନା ମହାମାରୀ ସମୟରେ ଗାଆଁ ଗାଆଁ ବୁଲି ଲୋକଙ୍କୁ ସାହାଯ୍ୟ କରି ସଚେତନ ସୃଷ୍ଟି କରୁଥିଲେ।ଲୋକଙ୍କ ସମସ୍ୟାକୁ ବିଭିନ୍ନ ସମୟରେ ଲୋକଲୋଚନକୁ ଆଣି ,ତାର ସମାଧାନ ପାଇଁ ସହାୟତା କରିଥିଲେ।ସଂକ୍ରମଣ ଭୟରେ ଲୋକେ ଘର ଭିତରେ ରହିଥିବା ବେଳେ ,ମହିଳା ଜଣକ ନିଜ ଜୀବନକୁ ଖାତିର ନ କରି ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ ।ପେଶା ତାଙ୍କର ଶିକ୍ଷକତା ହେଲେ ନିଶା ହେଉଛି ସମାଜ ସେବା।ଏହା ବ୍ୟତୀତ ସେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହିତ ଗରିବ ଅସହାୟ ମାନଙ୍କୁ ତାଙ୍କର ସାମର୍ଥ୍ୟ ମତେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ସେ ଅନେକ ସଂଘ, ସେବା ଅନୁଷ୍ଠାନ, ସହିତ ଜଡିତ ରହି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି।ତାଙ୍କରି ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































