କନ୍ଧମାଳ ର ଦୁଇଜଣ ଏ ବି ଭି ପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ
ଫୁଲବାଣୀ (ସୁନୀଲ ପଟନାୟକ )
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୬ତମ ରାଷ୍ଟ୍ରୀୟ ଅଧିବେଶନ ମଧ୍ୟପ୍ରଦେଶର ଜବଲପୁର ଠାରେ ସମାପ୍ତ ହୋଇଛି । ଏହି ଅଧବେଶନରେ ୯ ଜଣ ଓଡ଼ିଆଙ୍କୁ ଦାଇତ୍ୱ ମିଳିଛି ଏଥିମଧ୍ୟରୁ କନ୍ଧମାଳ ର କବିତା କଂ ହର ଏବଂ କନ୍ଧମାଳ ର ପୂର୍ବତନ ଜିଲ୍ଲା ସଂଯୋଜକ ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ମନୋ ନୀ ତ ହୋଇଛନ୍ତି । କବିତା ବର୍ତ୍ତମାନ ଉତ୍କଳ ଆଇନ ବିଶ୍ୱ ବିଦ୍ୟାଳୟରେ ଆଇନ ପାଠ ପଢ଼ୁଥିବା ବେଳେ ବିକାଶ ବର୍ତ୍ତମାନ ରାଉରକେଲା ସ୍ଥିତ NIT ରେ ପାଠ ପଢୁଛନ୍ତି । ଅତି କମ ବୟସରେ ଦକ୍ଷ ସାଙ୍ଗଠନିକ ଏବଂ ସୁଦକ୍ଷ ଛାତ୍ର ନେତୃତ୍ୱ ପାଇଁ ଦୁହେଁ ସାରା ଓଡ଼ିଶାରେ ସୁପରଚିତ ।
କବିତା କଂହର ପୂର୍ବରୁ ସଞ୍ଜୟ ସ୍ମୃତି ମହାବିଦ୍ୟାଳୟରେ ୨୦୧୮ ମସିହାରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଏବଂ ବିକାଶ ମଧ୍ୟ ଜିଲ୍ଲାରେ ଜଣ ଦକ୍ଷ ଛାତ୍ରନେତା ଭାବରେ ବିଭିନ୍ନ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନ ର ଛୁଅ ଛୁଟିଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































