ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ଲକ୍ଷାଧିକ ବସ୍ତା ଧାନ ଭିଜିଲା
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଗତକାଲି ସନ୍ଧ୍ୟାରୁ ଝଡ଼, କୁଆପଥର ମାଡ ସହ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ମଣ୍ଡିରେ ବିକ୍ରି ପାଇଁ ଖୋଲା ଆକାଶ ତଳେ ଥିବା ଚାଷୀମାନଙ୍କ ଧାନ ବର୍ଷା ରେ ଭିଜି ଥିବା ଜଣାପଡିଛି। ବିଶେଷ କରି ଜିଲ୍ଲା ର ଅମ୍ବାଭୋନା, ଭଟଲି ଓ ବରଗଡ଼ ବ୍ଲକ ଅଞ୍ଚଳ ରେ ଗତ ରାତି ଓ ବର୍ତ୍ତମାନ ମଧ୍ୟ ଲଗାଣ ବର୍ଷା ହେଉଥିବାରୁ ପନି ପରିବା ଚାଷୀମାନେ ମଧ୍ୟ କ୍ଷତି ଗ୍ରସ୍ତ ହୋଇଛନ୍ତି। ବିଲରେ ବର୍ତ୍ତମାନ ଟମାଟୋ,ବାଇଗଣ, ଫୁଲକୋବି,ବନ୍ଧା କୋବି କୁଆପଥର ମାଡ ରେ ନଷ୍ଟ ହୋଇଥିବା ବେଳେ ଶାଗ ବିଲ ରେ ନଷ୍ଟ ହୋଇଛି। ସରକାରୀ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳ ବୁଲି କ୍ଷତି ଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































