ଅପହୃତ ବାଳକୁ ପୋଲିସ ଉଦ୍ଧାର କଲେ
ବରଗଡ଼:-ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା। କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଛାଡ଼ି ଦେଇଥିଲେ। ବାଳକ ରାତିରେ ଚାଲି ଚାଲି ଘର ଆଡ଼କୁ ଆସୁଥିବାବେଳେ କାରଖାନା କର୍ମଚାରୀମାନେ ତାକୁ ଚିହ୍ନିପାରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ବାଳକକୁ ସେଠାରୁ ଉଦ୍ଧାର କରି ପରିବାକୁ ହସ୍ତାନ୍ତର କରିଛନ୍ତି। ଅପହୃତ ବାଳକ ଅକ୍ଷତ ଅବସ୍ଥାରେ ଫେରି ଆସିଥିବାରୁ ପରିବାର ଲୋକ ଆଶ୍ବସ୍ତ ହୋଇଥିଲେ ମଧ୍ୟ ଅପହରଣ ପଛର ଷଡ଼ଯନ୍ତ୍ରର ରହସ୍ୟ ଉନ୍ମୋଚନ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































