ମୁର୍ମୁନ୍ତୁଦ ଦୁର୍ଘଟଣା, ଜଣେ ମୃତ, ଅନ୍ୟ ଦୁଇଜଣ ଆହତ
ଫୁଲବାଣୀ (ଉଲାପ୍ର)
କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳ ରେ ଏକ ବାଇକ ଦୁର୍ଘଟଣା ରେ ଜଣଙ୍କ ମୃତ୍ଯୁ ଘଟିବା ସହଅନ୍ୟ ଦୁଇ ଜଣ ଆହତହୋଇଛନ୍ତି l ଆହାତ ଦୁଇଜଣ ଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି l
ପ୍ରକାଶ ଯେ, ଗୋଛlପଡ଼l ଠାରୁ କୌଣସି କାମରେ ଫୁଲବାଣୀ ଗୋଟଏ ବାଇକ ରେ ତିନିଜଣମିଶି ଆସୁଥିବାବେଳେ କଟ୍ରୀଙ୍ଗୀଆ ନିକଟ ରେ ବୁଲାଣି ରାସ୍ତା ରେ ଭାରସ୍ୟାମ ହରାଇ ବାଇକ ଗଛରେ ପିଟି ହୋଇଯାଇ ଥିଲା, ଫଳରେ ବାଇକ ରେ ଥିବା ତିନିଜଣ ଗଛରେ ବାଡ଼େଇ ହୋଇ ତଳେ ପଡିଥିଲେ l ଏହା ଦେଖି ପାଖରେ ଥିବା ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି 108 ଆମ୍ବୁଲାନ୍ସ କୁ ଖବର୍ ଦେବା ପରେ 108 ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ତିନିଜଣ ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି ହୋଇଥିଲେ l ସେଥି ମଧ୍ୟରୁ ଜଣେ ମୃତ୍ଯୁବରଣ କରିଥିଲେ l ଦୁଇ ଗୁରୁତରଆହାତ ଚିକିତ୍ସତ ହେଉଛନ୍ତି l ମୃତକ ଜଣକ ହେଲେ ବୀରେନ୍ଦ୍ର କହଁର ଏବଂ ଦୁଇ ଗୁରୁତର ହେଲେ ସୁମନ କହଁର ଜୟଦେବ କହଁର l ମୃତ ଯୁବକ ଙ୍କ ଘର ଦୁଡୁକି ପଞ୍ଚାୟତ ର ସୁଜା ପାଜୁ ଗ୍ରାମରେ l ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଲାଇଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































