ଘଣ୍ଟିଖାଲରୁ ନରସିଂହପୁର ଓ ନରସିଂହପୁର ରୁ ଫୁଲବାଣୀକୁ ରେଳ ସଂଯୋଗ ଦାବିକଲା ଗଡଜାତ ପରିକ୍ରମା,ରେଳମନ୍ତ୍ରୀ ଙ୍କୁ ଦିଆଗଲା ଦାବିପତ୍ର
ଆଠଗଡ(ଉଲାପ୍ର)ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଘଣ୍ଟିଖାଲ ରୁ ନରସିଂହପୁର କୁ ରେଳସଂଯୋଗ କରିବା ଦାବିନେଇ ଆଠଗଡ ର ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଙ୍କୁ ଆଠଗଡ ର ମାଧବପୁର ଠାରେ ଥିବା ଗୋପବନ୍ଧୁ ଚିକିତ୍ସାଳୟ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ରେଳପଥ ଯଦି ହୁଏ ତେବେ ନରସିଂହପୁର ରୁ ଅନୁଗୁଳ କୁ ସିଧାସଳଖ ରେଳ ସଂଯୋଗ ହେବା ସହିତ ନରସିଂହପୁର ରୁ ଦଶପଲ୍ଲା ଦଶପଲ୍ଲା ରୁ ନୟାଗଡ଼କୁ ସିଧାସଳଖ ରେଳ ସଂଯୋଗ ହୋଇପାରିବ,ଦଶପଲ୍ଲା ରୁ ସିଧାସଳଖ ଫୁଲବାଣୀ ଓ ବଲାଙ୍ଗୀର କୁ ମଧ୍ୟ ରେଳ ସଂଯୋଗ ହୋଇପାରିବ,ପଶ୍ଚିମାଞ୍ଚଳ ସହିତ ଦକ୍ଷିଣାଞ୍ଚଳ କୁ ସିଧାସଳଖ ରେଳ ସଂଯୋଗ ହେବା ସହିତ ଏହି ରେଳପଥ ଓଡ଼ିଶାର ବିକାଶରେ ବିଶେଷ ସହାୟକ ହେବବୋଲି ଆଶା କରୁଛୁ।ଅଧିକ ମାତ୍ରାରେ ଏହାକୁ ସେୟାର କରନ୍ତୁ ଯେମିତି ଭାରତ ସରକାରଙ୍କ ନିକଟରେ ଏହି ଦାବି ପହଁଚି ପାରିବ।ଗଡଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶ, ସମ୍ପାଦକ ଲଲାଟେନ୍ଦୁ ସେନାପତି, ଉପସଭାପତି ସୁରେଶ ଚନ୍ଦ୍ର ପରିଡା,ଦେବେନ୍ଦ୍ର ବେହେରା,ଅଶୋକ ଦାଶ, ସନ୍ତୋଷ ବାରିକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































