୧୪ତମ ଜୟପୁର ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ର ରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘
ରିତୁପ୍ରିୟାପ୍ରଡକ୍ସନ୍ସ ର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତ ଙ୍କ ପ୍ରଯୋଜିତ ଚଳଚ୍ଚିତ୍ର କୁ ଆଉ ଏକ ସଫଳତା।
ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ସିମଲା ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଜାତୀୟ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ପରେ ,ଇନ୍ଦସଭାଲି ଅନ୍ତର୍ଜାତୀୟ ମହୋତ୍ସବ ରେ ଶ୍ରେଷ୍ଠ ଚିତ୍ରଉତୋଳନ ର ପୁରସ୍କାର ଯୁଧିଷ୍ଠିର ବେହେରା ଙ୍କୁ ମିଳିଥିଲା। ଏବେ ଚଳଚ୍ଚିତ୍ର ଟି 14 ତମ ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ପ୍ରଯୋଜକ ଅତିସ କୁମାର ରାଉତ କୁହନ୍ତି ଏହା ଓଡିଶା ପାଈଁ ଏକ ଖୁସି ଓ ଗର୍ବର କଥା। ସମସ୍ତ କୋବିଡ଼ ନିୟମ କୁ ମାନି ୭ ଜାନୁଆରୀ ରେ ଜୟପୁର ର ମହାରଣପ୍ରତାପ ପ୍ରେକ୍ଷାଳୟରେ ଶ୍ରୀମତୀ ବିନା ମୋଦାରୀ ଙ୍କ ଠାରୁ ମଞ୍ଚ ଉପରେ ପ୍ରଯୋଜକ ଅତିସ କୁମାର ରାଉତ, ନିର୍ଦ୍ଧେଶକ ଶିଶିର ସାହୁ, ପିନାକୀ ସିଂହ, କାହାଣୀକାର ଜିତେନ୍ଦ୍ରୀୟ ପ୍ରଧାନ ଓ ନାୟକ ପାର୍ଥସାରଥୀ ରାୟ ପୁରସ୍କାର ଗ୍ରହଣ କରିଥିଲେ।
7ଜାନୁଆରୀ ରୁ 11ଜାନୁଆରୀ ପର୍ଯ୍ୟନ୍ତ ମହୋତ୍ସବ ରାଜସ୍ଥାନ ର ଜୟପୁର ରେ ଅନୁଷ୍ଠିତ ହେଉଛି। ୫୨ଦେଶରୁ ୧୫୦୦ ରୁ ଅଧିକ ଚଳଚ୍ଚିତ୍ର ଭାଗ ନେଇଥିଲେ।ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନରେ ଏକ ଖୁସିର ଲହରୀ ସୃଷ୍ଟି ହୋଇଛି। ପ୍ରଯୋଜକ ଅତିଶ ବାବୁ ଙ୍କୁ
ବିଭିନ୍ନ ମହଲରୁ ଶୁଭେଛା ର ବାର୍ତ୍ତା ଛୁଟୁଛି। ନିର୍ଦେଶକ ଶିଶିର ଓ ପିନାକୀ ଚଳଚ୍ଚିତ୍ର କୁ ନେଇ ବହୁ ଆଶାବାଦୀ ଅଛନ୍ତି। କାହାଣୀ କାର ଜିତେନ୍ଦ୍ରିୟ କୁହନ୍ତି ଏହା ଓଡ଼ିଆ ସିନେମା ପାଇଁ ନୂତନ ଦିଗନ୍ତ ଓ ଖୁସି ର କଥା। ମୁଖ୍ୟ ଭୂମିକାରେ ପାର୍ଥସାରଥୀ ଓ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































