ଆଠଗଡ ରେ ରେଳମନ୍ତ୍ରୀ କଲେ ବଡଘୋଷଣା, ଘଣ୍ଟିଖାଲ ନିଧିପୂର ଗଡ଼ାରେ ହେବ ଫ୍ଲାଇ ଓଭରବ୍ରିଜ,ଘଣ୍ଟିଖାଲ ଷ୍ଟେସନରେ ରହିବ ସମସ୍ତ ଏକ୍ସପ୍ରେସ ଟ୍ରେନ
ଆଠଗଡ(ଉଲାପ୍ର)ଗଡଜାତ ପରିକ୍ରମାର ଦୀର୍ଘବର୍ଷ ର ଦାବି ପୂରଣ ହୋଇଛି,ଆଠଗଡ ବାସୀ ଦୀର୍ଘବର୍ଷ ଧରି ଘଣ୍ଟିଖାଲ ଗଡ଼ାରେ ଯୋଉ ଅସୁବିଧାର ସମ୍ମୁଖିନ ହେଉଥିଲେ ତାର ଯବନିକା ପଡିଛି।ଆଠଗଡ ମାଧପୁର ଠାରେ ଥିବା ଗୋପବନ୍ଧୁ ଚିକିତ୍ସା ଳୟ ରେ ବଡ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ, ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିଧିପୂର ଗଡା ରେ ହେବ ଫ୍ଲାଇ ଓଭର ବ୍ରିଜ।ଏହା ସାଙ୍ଗକୁ ଘଣ୍ଟିଖାଲ ଷ୍ଟେସନରେ ରହିବ ସମସ୍ତ ଏକ୍ସପ୍ରେସ ଟ୍ରେନ,ରେଳମନ୍ତ୍ରୀ ଙ୍କୁ ଗଡଜାତ ପରିକ୍ରମା ଓ ଉଦୟ ଲାବଣ୍ୟ ତରଫରୁ କୃତଜ୍ଞତା ଶୁଭେସ୍ଥା ଓ ଅଭିନନ୍ଦନ ଜଣାଉଛୁ।ଯୋଉ କାମକୁ ୩୨ ବର୍ଷର ବିଧାୟକ କରିପାରିଲେ ନାହିଁ ସେହି କାମକୁ କରି ଦେଖାଇଲେ ରେଳମନ୍ତ୍ରୀ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































