ରେଳଯାତ୍ରା ସମୟରେ ସାମ୍ବାଦିକ ମାନଙ୍କୁ ୫୦ ଶତକଡା ରିହାତି ଦେବାକୁ କଟକ ଜିଲା ସାମ୍ବାଦିକ ସଙ୍ଘ ଦାବିକରିବା ସହିତ ରେଳମନ୍ତ୍ରୀ ଙ୍କୁ ଦେଲା ଦାବିପତ୍ର
ଆଠଗଡ(ଉଲାପ୍ର)ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଆଠଗଡ ଗୋପବନ୍ଧୁ ଚିକିସ୍ଥାଳୟ ରେ ସ୍ୱାସ୍ଥସେବା ସେବାରଥ ଉଦଘାଟନ ସମୟରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଭାରତ ରେ କାର୍ଯ୍ୟରତ ସାମ୍ବାଦିକ
ମାନଙ୍କୁ ୫୦ ଭାଗ ରିହାତିରେ ରେଳ ସେବା ଦେବାପାଇଁ ଏକ ଦାବିପତ୍ର ପ୍ରଦାନ କରାଗଲା,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି, ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସମ୍ପାଦକ ସନ୍ତୋଷ ବାରିକ,ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଏହି ଦାବିପତ୍ର ପ୍ରଦାନ କରିଥିଲେ।ମାନ୍ୟବର ରେଳମନ୍ତ୍ରୀ ନିଶ୍ଚିତଭାବେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































