ଇଣ୍ଡିଆ ସ୍କିଲ୍ ୨୦୨୧ ପ୍ରତିଯୋଗିତା ରେ ସି.ଭି. ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ଐତିହାସିକ ସଫଳତା
ଭୁବନେଶ୍ୱରସ୍ଥିତ ସି.ଭି. ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଦଯାପିତ ହୋଇଯାଇଥିବା ଇଣ୍ଡିଆ ସ୍କିଲ୍ ୨୦୨୧ ପ୍ରତିଯୋଗିତାରେ ୨୯ଟି ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି । ୭ଟି ସ୍ଵର୍ଣ, ୧୦ଟି ରୌପ୍ୟ, ୫ଟି କାଂସ୍ୟ ଓ ୭ଟି ମେଡାଲିଅନ ଅଫ୍ ଏକ୍ସେଲେନ୍ସ ପଦକ ଜିତି ଓଡିଶାକୁ ଭାରତରେ ପ୍ରଥମ ସ୍ଥାନରେ ଅବସ୍ଥାପିତ କରିବାରେ ଗୁରୁତ୍ଵପୂର୍ଣ ଭୁମିକା ଗ୍ରହଣ କରିଛନ୍ତି ।
ସବୁଠାରୁ ଉଲେଖ୍ୟ ଯୋଗ୍ୟ ବିଷୟ ହେଉଛି ସି.ଭି. ରମଣର ଛାତ୍ରଛାତ୍ରୀମାନେ ଫ୍ୟୁଚର ଅଫ୍ ସ୍କିଲ୍ ବିଭାଗ ଯଥା ଇଣ୍ଡଷ୍ଟ୍ରୀ୪.୦, ୱାଟର ଟେକ୍ନୋଲୋଜି, ରୋବଟ୍ ସିଷ୍ଟମ ଇଣ୍ଟିଗ୍ରେସନ, ମେକାଟ୍ରୋନିକ୍ସ ପ୍ରଭୃତି ଅନେକ ଅତ୍ୟାଧୁନିକ ସ୍କିଲ୍ ବିଭାଗରେ ଇଣ୍ଡଷ୍ଟ୍ରୀରୁ ଆସିଥିବା ଅଭିଜ୍ଞ ପ୍ରତିଯୋଗି ମାନଙ୍କୁ ପରାସ୍ତ କରି ଓଡିଶାକୁ ଗୌରବାନ୍ବିତ କରିଛନ୍ତି । ଏଥି ମଧ୍ୟରୁ ଅନେକ ଛାତ୍ରଛାତ୍ରୀ ସାଘାଇରେ ଅକ୍ଟୋବର ୨୦୨୨ରେ ଅନୁଷ୍ଠିତ ହେବାକୁଥିବା ୱାଲର୍ଡ ସ୍କିଲ୍-୨୦୨୨ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ଵ କରିବେ । ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ଇଣ୍ଡିଆ ଷ୍ଟିଲ୍ ପ୍ରତିଯୋଗିତା ମଧ୍ୟରେ ଶିକ୍ଷାନୁଷ୍ଠାନ ଭାବେ ସି.ଭି. ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟ ୨୯ଟି ପଦକ ଜିତିବା ଏକ ସ୍ବତନ୍ତ୍ର ରେକର୍ଡ |
ଏହି ବିଶ୍ଵବିଦ୍ୟାଳୟର ଫାଉଣ୍ଡର ପ୍ରେସିଡେଣ୍ଟ ଶ୍ରୀ ସଂଜୀବ କୁମାର ରାଉତ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ, ପ୍ରଫେସର, ମେଣ୍ଟର, ଜାତୀୟ ଏବଂ ଆର୍ନ୍ତଜାତୀୟ ଟ୍ରେନର ମାନଙ୍କୁ ଏହି ସଫଳତା ପାଇଁ ବିଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଦେଶରେ ସ୍କିଲ୍ ଇନ୍ ଓଡିଶା ଅଭିଯାନକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଓଡିଶା ସରକାରଙ୍କର ବିଶେଷ ସହଯୋଗ ଓ ପ୍ରେରଣା ପ୍ରଦାନ ହେତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦକ୍ଷତା ବିକାଶ ପ୍ରାଧିକରଣର ଅଧକ୍ଷ ଶ୍ରୀ ସୁବ୍ରତ୍ ବାଗ୍, ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, କମିଶନର-କମ-ସଚିବ ଶ୍ରୀ ହେମନ୍ତ ଶର୍ମା, ସିଇଓ ଓ ନିର୍ଦେଶକ ଶ୍ରୀ ରେଘୁ ଜୀ ଏବଂ ଓ୍ବାଲର୍ଡ ସ୍କିଲ୍ ସେଣ୍ଟର ସମସ୍ତ କର୍ମକର୍ତାମାନଙ୍କୁ ଏହି ଐତିହାସିକ ସଫଳତା ପାଇଁ ସି.ଭି. ରମଣ ଗ୍ଲୋବାଲ ବିଶ୍ଵବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ତରଫରୁ ଶ୍ରୀ ରାଉତ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































