ସେବା ସପ୍ତାହର ସମାରୋପ ଉତ୍ସବ ପାଳିତ
:
ବଡମ୍ବା(ଉଲାପ୍ର)ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବଡ଼ମ୍ବା ଖଣ୍ଡ ତରଫରୁ ଆୟୋଜିତ ସେବା ସପ୍ତାହର ଅନ୍ତିମ ଦିବସ ମକର ସଂକ୍ରାନ୍ତିରେ ଉଦଯାପିତ ହୋଇଯାଇଛି । ବଡମ୍ବା ଖଣ୍ଡ ଅନ୍ତର୍ଗତ ଚମ୍ପେଇଦ୍ୱ।ର ଗ୍ରାମରେ କାର୍ଯ୍ୟକ୍ରମ ପ୍ରମୁଖ ନିଗମାନନ୍ଦ ନାୟକଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ମାଣିଆବନ୍ଧ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଆଦରଣୀୟ ଖଗେଶ୍ବର ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କଟକ ଜିଲ୍ଲା ମୁଖ୍ୟ ମାର୍ଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ ନାରାୟଣ ସାହୁ, ସମାଜସେବୀ ଶିବ ନାରାୟଣ ମିଶ୍ର, ସମାଜସେବୀ ମଙ୍ଗୁଳି ଚରଣ ଜେନା, ଶିକ୍ଷାବିତ୍ କେଶବ ଚନ୍ଦ୍ର ମାନସିଂହ, ଶିକ୍ଷାବିତ୍ ରବି ସୁନ୍ଦର ଜେନା ପ୍ରଭୁତି ଉପସ୍ଥିତ ରହି ୭ଦିନ ଧରି ହେଇଥିବା କାର୍ଯ୍ୟକ୍ରମର ପ୍ରଶଂସା ସହିତ ପ୍ରତ୍ୟେକ ଗ୍ରାମରେ ଯୁବକମାନେ ଏହିଭଳି ସେବା ମନୋବୃତ୍ତି ରଖି ଆଗକୁ ଆସି ସମାଜର ଉନ୍ନତି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।ଗତ ୮.୧.୨୦୨୨ରୁ ଗୋପୂଜନ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ, ପୁସ୍ତକ ବଣ୍ଟନ,ରକ୍ତଗଟ ପରୀକ୍ଷା, ହନୁମାନ ଚାଳିଶା,ଯୋଗ ପ୍ରାଣାୟମ୍, ହନୁମାନ ଚାଳିଶା, ଗ୍ରାମ ସଫେଇ ସହିତ ଆଜି ପ୍ରାରମ୍ଭରେ ବୃକ୍ଷ ପୂଜନ କାର୍ଯ୍ୟକ୍ରମ ସହିତ ମକର ଉତ୍ସବ ପାଳନ ସହିତ ସହଭୋଜ କାର୍ଯ୍ୟକ୍ରମରେ ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ଦିଗରେ ସହଯୋଗ କରିଥିବାରୁ ଦୈନିକ ଖବରକାଗଜ ସମ୍ବାଦ, ପ୍ରମେୟ, ପ୍ରଗତିବାଦୀ, ସମାଜ (ବଡ଼ମ୍ବା ପ୍ରତିନିଧି), ସକାଳ ଏବଂ ଉକ୍ତ କାର୍ଯ୍ୟକ୍ରମରେ “ସମାଜ” ଖବରକାଗଜର ମାଣିଆବନ୍ଧ ପ୍ରତିନିଧି ବଟକୃଷ୍ଣ ପ୍ରଧାନ, “ପ୍ରତିକାର” ଖବରକାଗଜର ଜିଲ୍ଲା ପ୍ରତିନିଧି ମନୋଜ କୁମାର ନାଏକ ଏବଂ ଶୁଭକର୍ମ ଖବରକାଗଜ(ଦୈନିକ)ର ପ୍ରତିନିଧି ଚିନ୍ମାତ୍ମା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ଖଣ୍ଡ କାର୍ଯ୍ୟବାହ ମାନସ ରଞ୍ଜନ ଘଡେ଼ଇ,ଖଣ୍ଡ ଗ୍ରାମବିକାଶ ପ୍ରମୁଖ ସୁଧାକର ରାଉତ, ଅଧିବକ୍ତା ଅକ୍ଷୀଳ କୁମାର ଦାସ, ଶିକ୍ଷକ ବଳଭଦ୍ର ଜେନା, ଶିକ୍ଷକ ପ୍ରଦୀପ କୁମାର ଜେନା, ସମାଜସେବୀ ନରେନ୍ଦ୍ର କୁମାର ରାଉତରାୟ, ମୃତ୍ୟୁଞୟ ଜେନା,ପ୍ରିୟବ୍ରତ ଜେନା, ବିନ୍ଦୁ ପ୍ରସାଦ ରଣସିଂହ (ଲୁଲୁ), ବିବେକାନନ୍ଦ ନାୟକ, ରାଜେନ୍ଦ୍ର ପ୍ରସାଦ ଜେନା, ଜିତେନ୍ଦ୍ର କୁମାର ନାୟକ, ଶକ୍ତିମାନ ସାହୁ,କୁମାରେଶ ଜେନା, ବିଷ୍ଣୁ ପ୍ରସାଦ ରଣସିଂହ, ବାସୁଦେବ ଜେନା, ସର୍ବେଶ୍ଵର ଶତୃଜିତ୍ ପ୍ରଭୁତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ମକର ସଂକ୍ରାନ୍ତିରେ ମକର ଚାଉଳ ସେବନ ସହିତ ସହଭୋଜ କାର୍ଯ୍ୟକ୍ରମ ହୋଇ ମହା ଆନନ୍ଦରେ ସେବା ସପ୍ତାହ ସମାପନ ହୋଇଥିଲା ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































