ମାନବିକତା ଦେଖାଇଲେ ଆଇନଜୀବୀ, ରାସ୍ତାରୁ ପାଇଥିବା କୋଡିଏ ହଜାର ଟଙ୍କା ଫେରାଇଲେ
ଆଠଗଡ( ଉଲାପ୍ର)ମାନବିକତା ଏବେବି ବଞ୍ଚିଛି ଆଉ ମାନବିକତା ଦେଖାଇଛନ୍ତି ଆଠଗଡ ବାର ର ଆଇନଜୀବୀ ଶ୍ରୀନିବାସ ଦାସ।ରାସ୍ତାରୁ ପାଇଥିବା କୋଡିଏ ହଜାର ଟଙ୍କା ଫେରାଇଛନ୍ତି ପୂର୍ଣ୍ଣଚନ୍ଦ୍ର କୁ।ଆଠଗଡ ବୀରକିଶୋରପୁର ୯ ନମ୍ବର ୱାର୍ଡର ଯୁବକ ପୂର୍ଣ୍ଣଚନ୍ଦ୍ର ଦୋରା ATM ରୁ କୋଡିଏ ହଜାର ଟଙ୍କା ଉଠାଇ ଘରକୁ ଆସୁଥିବା ସମୟରେ ରାସ୍ତାରେ ପଡିଯାଇଥିଲା ତାଙ୍କ ମନିପର୍ସ।ସେହି ରାସ୍ତାଦେଇ ଯାଉଥିବା ଆଇନଜୀବୀ ଶ୍ରୀନିବାସ ଦାସ ରାସ୍ତା ଉପରୁ ପର୍ସ ପାଇ ଥିଲେ।ପର୍ସ ଭିତରେ ଆଧାର କାର୍ଡ ଥିବାରୁ ପରିଚୟ ମିଳିଥିଲା ପୂର୍ଣଚନ୍ଦ୍ରଙ୍କର।ଶ୍ରୀନିବାସ ତାଙ୍କ ଘରକୁ ଯାଇ କୋଡିଏ ହଜାର ଟଙ୍କା ଫେରାଇଥିଲେ।ଏହି ଖୁସିରେ ପୂର୍ଣ୍ଣଚନ୍ଦ୍ର ଆଠଗଡ ବାର କୁ ଆସି ଶ୍ରୀନିବାସ ଙ୍କୁ ମିଠା ଖୁଆଇ ଦେଇଛନ୍ତି।ମାନବିକତା ଏବେ ବି ବଞ୍ଚିଛି ବୋଲି କୁହାହାଇ ପାରିବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































