ବରଗଡ଼ ରେ ସଡକ ଦୁର୍ଘଟଣାରେ ତିନି ଆହତ
ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଘୁଲିପାଲିରୁ କଟାପାଲି ରାସ୍ତାରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ନାଗେନପାଲିର ତିନିଜଣ ଯୁବକ ଯଥା ଗଜାନନ ପାତ୍ର(୨୫), ଆଦର୍ଶ ପାତ୍ର(୨୨), ରାକେଶ ସାହୁ (୨୩) ଏକ ୟାମାହା ମଟର ସାଇକେଲ ଓଡି ୧୫ କେ୦୯୭୪ରେ ଖଲିଆପାଲିରୁ ନିଜ ଘର ନାଗେନପାଲିକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି୧୭ସି ୮୦୯୦ ନମ୍ବର ବିଶିଷ୍ଟ ଏକ ମାରୁତି କାର ସହିତ ମୁହା ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତିନିଜଣ ବାଇକ ଆରୋହି ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ତେବେ ଜନୈକ ସମାଜସେବୀ ବରଗଡ଼ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିବା ଦେଖି ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ତିନିଜଣ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚାଇଥିଲେ । ତେବେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାପରେ ତାଙ୍କ ମଧ୍ୟରୁ ରାକେଶ ସାହୁଙ୍କ ଛାତିରେ ମାଡ଼ ହୋଇ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲ୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ଦୁଇଜଣ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































