ବାଲିଗୁଡା ଉପଖଣ୍ଡରେ ୧୫ଜଣ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ବାଲିଗୁଡା, ୨୦/୦୧()ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚତୁର୍ଥ ଦିନ ରେ ୧୫ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ବିଜେପିର ୧୨ ବିଜେଡି୨ ଓ ଆମ ଆଦମୀ ପାର୍ଟୀର ଜଣେ ପ୍ରାଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ୧ନଂ କ. ନୁଆଗାଁ ଜୋନରୁ ମୀରା ନାୟକ,୨ନଂ କୋଟଗଡର ଜୋନର ସୁବାଷ ମଳିକ, ୫ନଂ ଜିଉଦୟଗିରି ଜୋନର ସତ୍ୟଭାମା ପ୍ରଧାନ, ୬ନଂ ଚକାପାଦ ଜୋନର ରଚନା ନାୟକ, ୭ନଂ ଟିକାବାଲି ଜୋନର ଅଂଜଳି ଦଳବେହେରା, ୮ନଂ ଟିକାବାଲି ଜୋନର ନମିତା କହଁର, ୯ନଂ ତୁମୁଡିବନ୍ଧ ଜୋନର ନାରାୟଣ ପାତ୍ର, ୧୦ନଂ ଦାରିଙ୍ଗବାଡି ଜୋନରଅର୍ଚ୍ଚନା ପ୍ରଧାନ, ୧୧ନଂ ଦାରିଙ୍ଗବାଡି ଜୋନର ଫିଲିପ ବେହେରା ପାତ୍ର, ୧୫ନଂ ବାଲିଗୁଡା ଜୋନର ଆନନ୍ଦ କହଁର, ୧୬ନଂ ବାଲିଗୁଡା ଜୋନର ନେତ୍ର ମାନସେଠ, ୧୭ନଂ ରାଇକିଆ ଜୋନର ଝୁଲିମା ଦଳବେହେରା, ସେହିଭଳି ବିଜେଡିର ୨ଜଣ ୬ନଂ ଚକାପାଦ ଜୋନର ମମତାରାଣୀ ବେହେରା, ୯ନଂ ତୁମୁଡିବନ୍ଧ ଜୋନର ନବୀନ ପାତ୍ର ଓ ଆମଆଦମୀ ପାର୍ଟିି (ଆପ୍) ଦଳରୁ ୧୭ନଂ ରାଇକିଆ ଜୋନର ଅଗସ୍ତିନ ଦିଗାଳ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ୭ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସମୁଦାୟ ଗୁରୁବାର ସୁଧା ୨୨ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । ଗୁରୁବାର ପ୍ରାର୍ଥୀ ପତ୍ର ଦାଖଲ ସମୟରେ ବିଜେପିର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଦେବେନ୍ଦ୍ର କୁଦେଇ, ଫୁଲବାଣି ବିଧାୟକ ଅଙ୍ଗଦ କହଁର, ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁଙ୍କ ସମେତ ବହୁ ସମର୍ଥକ ସାମିଲ ଥିଲେ । ବାଲିଗୁଡା ବ୍ଲକର ସରପଂଚ ପ୍ରାର୍ଥୀଭାବେ ୧୧ଜଣ, ସମିତିସଭ୍ୟ ପ୍ରାର୍ଥୀ ପାଇଁ ୯ଜଣ ଏବଂ ୱାର୍ଡ ମେମ୍ବର ପାଇଁ ୩୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ତୁମୁଡିବନ୍ଧ ବ୍ଲକର ଓାଡମେମ୍ବର ୪୫, ସରପଂଚ ୧୦, ସମିତି ସଭ୍ୟ ୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, କ.ନୁଆଗାଁ ବ୍ଲକରେ ୱାର୍ଡ ମେମ୍ବର ୩୮ଜଣ, ସରପଂଚ ୭ଜଣ ଓ ସମତିସଭ୍ୟ ୮ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । କୋଟଗଡ ବ୍ଲକରେ ୱାର୍ଡ ମେମ୍ବର ୪୭, ସରପଂଚ ୯ଜଣ ଓ ସମିତିସଭ୍ୟ ୪ ଜଣ ପାର୍ଥୀପତ୍ର ଦାଖଲ କରିଥିବା ବାଲିଗୁଡା ତହସିଲଦାର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଶଶାଙ୍କ ଶେଖର ପାତ୍ର ସୁଚନା ଦେଇଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































