କନ୍ଧମାଳ ଜିଲ୍ଲାରେ ୧୫୧ଜଣଙ୍କ ପ୍ରାର୍ଥୀପତ୍ର ନାକଚ
ଫୁଲ ବାଣୀ(ସୁନୀଲପଟନାୟକ)
ଶନିବାର ଥିଲା ପ୍ରାର୍ଥୀପତ୍ର ଯାଞ୍ଚ। ଯାଞ୍ଚ ବେଳେ ଆବଶ୍ୟକ କାଗଜପତ୍ର ନ ଥିବାଯୋଗୁଁ ଜିଲ୍ଲାର ୧୫୧ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଥିବା ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚ଼।ର୍ଯ୍ୟ କହିଛନ୍ତି।
ଜିଲାରେ ମୋଟ ୪୦୧୮ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ଓ।ର୍ଡ ମେମ୍ବର ପାଇଁ ୨୬୩୨,ସରପଞ୍ଚ ୭୧୫,ପଞ୍ଚାୟତ ସମିତି ସଭ୍ୟ୬୦୦, ଜିଲ୍ଲାପରିଷଦ ସଭ୍ୟ ୭୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ସମୟ ରେ ୧୨୩ ଜଣ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବାବେଳେ ସରପଞ୍ଚ ୨୦, ସମିତି ସଭ୍ୟ ୭ ଜଣ ଓଜିଲ୍ଲାପରିଷଦ ସଭ୍ୟ ଜଣଙ୍କ ମିଶାଇ ମୋଟ ୧୫୧ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ଆଚ଼।ର୍ଯ୍ୟ କହିଛନ୍ତି ।
ଫଳରେ ଯାଞ୍ଚ ପରେ ଜିଲ୍ଲାରେ ମୋଟ ୩ହଜାର ୮୬୭ ଜଣଙ୍କ ପ୍ରାର୍ଥୀପତ୍ର କାଏମ ଥିବା ଜିଲ।ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































