କଟକରେ ବିଜେପିର ମିଶ୍ରଣ ପର୍ବ
କଟକ(ଉଲାପ୍ର)କଟକନଗର ଭାଜପା ତରଫରୁ ୧୦ ନମ୍ବର ୱାର୍ଡରେ ସ୍ଥାନୀୟ ନେତା ପୁର୍ବତନ କର୍ପୋରେଟର ଶ୍ରୀ ହେମନ୍ତ ବେହେରାଙ୍କ ପୌରୋହିତ୍ୟ ରେ ଶେଖବଜ଼ାର ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଉପସ୍ଥିତ ରହି ସଭିଙ୍କୁ ବିଜେପି ଉତ୍ତରୀ ପିନ୍ଧାଇ ସାମିଲ କରାଇଥିଲେ।ଏହି ମିଶ୍ରଣ ଉତ୍ସବରେ ସ୍ଥାନୀୟ ସାମାଜିକ ନେତ୍ରୀ ଉଚ୍ଚ ଶିକ୍ଷିତା ସୁଶ୍ରୀ ଶିଳ୍ପା ସୌମିତ୍ର ଗିରି ଗୋସ୍ୱାମୀ ଏବଂ ତାଙ୍କ ସମର୍ଥକ ୫୦ ରୁ ଅଧିକ ଯୁବକ,ଯୁବତୀ ଓ ବୟସ୍କ ବ୍ୟକ୍ତି ବିଜେଡି କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ। ଶିଳ୍ପା ଓ ଅନ୍ୟମାନେ ବିଜେପିର ରାଷ୍ଟ୍ରବାଦୀ ବିଚାର ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପରେ ଉଦବୁଦ୍ଧ ହୋଇ ବିଜେପିରେ ମିସୁଛନ୍ତି ବୋଲି କହିଥିଲେ। ଶ୍ରୀ ବଡୁ ସମସ୍ତଙ୍କୁ ଦେଶ ଓ ଦଶ ପାଇଁ କାର୍ଯ୍ୟ କରି ବିଜେପି ଓ କଟକ ସୁନାମ ପାଇଁ ଅଖଣ୍ଡ ପରିଶ୍ରମ କରିବାକୁ ସଂକଳ୍ପ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶ୍ରିତମ ଦାସ,ରଶ୍ମିରେଖା ଦାସ,ବିଶ୍ୱରଞ୍ଜନ ମିଶ୍ର,ଦେବାଶିଷ ରାୟ ପ୍ରଭୃତି ବିଶିଷ୍ଟ ବିଜେପି ନେତା ଉପସ୍ଥିତ ରହି ସଭିଙ୍କୁ ମାର୍ଗଦର୍ଶନ କରାଇଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































