ଆଠଗଡ ବିଜେପି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ବ୍ରଜେନ୍ଦ୍ର ରାୟ
ଆଠଗଡ(ଉଲାପ୍ର) ଭାରତୀୟ ଜନତା ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଆଠଗଡ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତୋଳନ କରିଥିଲେ ଏବଂ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତାମାନଙ୍କୁ ଦେଶର ଯଶ କୀର୍ତି କିପରି ବହୁଗୁଣିତ ହେବ ସେଥିପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ l ତତ ସହିତ ସମଗ୍ର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୁଃଖ, ଦୁର୍ଦଶାକୁ କିପରି ଲାଘବ କରାଯାଇପାରିବ ଆଜିର ଦିବସରେ ବାର୍ତା ଦେଇଥିଲେ l
ଉକ୍ତ ପତାକା ଉତୋଳନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ବିଚିତ୍ରାନନ୍ଦ ଜେନା, ହେମନ୍ତ କୁମାର ମହାନ୍ତି, ରମାକାନ୍ତ ସେନାପତି, ଅଶୋକ ନାୟକ, ଦେବାଶିଷ ମିଶ୍ର, ମିଟାନା ସାହୁ, ଆଇନଜୀବୀ ଅରୁଣ କୁମାର ମହାନ୍ତି, ପ୍ରକାଶ କୁମାର ସେଠି, ନୃସିଂହ ଚରଣ ସାହୁ, ବନମାଳୀ ଜେନା, ଦିଲୀପ ସେଠି, ଅଭୟ କୁମାର ନାୟକ, ଜ୍ଞାନ ଗୋଛାୟତ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକାକୁ ସନମାନ ଜଣାଇଥିଲେ ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































