ଉତ୍ତୋଳନର କେଇଘଣ୍ଟା ଭିତରେ ଜାତୀୟ ପତକା ଖସିଲା
ଫୁଲବାଣୀ( ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଖଜୁରୀପଡ଼ା ଠାରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ରେ ସକାଳେବେସ ଆନନ୍ଦ ଉଲ୍ଲାସ ର ସହ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ମାତ୍ର ଅପରାହ୍ନ ରେ ପତକା ଅସାବଧାନତା ବଶତଃ କିମ୍ବା ଦାୟିତ୍ଵ ହୀନତା ଯୋଗୁଁ ତଳକୁ ଖସିପଡ଼ିଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ଏବଂ ଏହାର ଭିଡିଓ ଉଠାଇ ସୋସିଆଲ ମିଡିଆରେ ଫୋଟ ଭାଇରାଲ ହୋଇ ଚାଲିଲା ।ପବିତ୍ର ସାଧାରଣତନ୍ତ୍ର ଦିବସରେ ସମସ୍ତ ଭାରତୀୟ ଜାତୀୟ ପତକା କୁ ସମ୍ମାନ ଜଣାଇଥିବା ବେଳେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅସମ୍ମାନ ହୋଇଥିବା ପରିଲିଖିତ ହୋଇଛି । ଏନେଇ ଖଜୁରୀପଡ଼ା ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟର ଅଧିକାରୀ ଗୀତାଞ୍ଜଳି ପଣ୍ଡା ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଆମ୍ଭେ ଠିକ୍ ଠାକ୍ ଭାବେ ଜାତୀୟ ପତକା ବାନ୍ଧି ଥିଲୁ କିନ୍ତୁ କୌଣସି ବ୍ୟକ୍ତି ମନ୍ଦ ଉଦେଶ୍ୟ ନେଇ ଏହି ଭଳି କାର୍ଯ୍ୟ କରି ଫୋଟ ଉତ୍ତଳନ କରି ସୋସିଆଲ ମିଡିଆରେ ଭାଇରଲ କରିଥାଇପାରେ ।ଆମ୍ଭେ ଏ ନେଇ ଥାନାରେ ଏତଲା ଦେଇଛୁ ବୋଲି ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ କହିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































