ବସ ଧକକା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର
ଫୁଲବାଣୀ(ସୁନୀଲ ପଟନାୟକ )
ଶନିବାର ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଲଦା ଗାଁ ଠାରେ ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ ଧକାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇ ଥିବା ବେଳେ ଆଉଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଥିବା ସୂଚନା ମିଳି ଛିl
. ସୂଚନା ଯୋଗ୍ୟଯେ, ବାଲିଗୁଡା ପଟୁ ଆସୁଥିବା ଉକ୍ତ ବସ ଟି ଲଦାଗାଁ ନିକଟରେ ପୁଲବାଣୀ ପଟୁ ଆସୁଥିବା ଏକ ସ୍କୁଟି କୁ ସାମନା ପଟୁ ଧକା ଦେଇ ଥିଲା, ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇ ଥିବା ବେଳେ ଆଉ ଜଣକୁ ପ୍ରଥମେ ଫିରିଙ୍ଗିଆ ମେଡିକାଓ ପରେ ଫୁଲବାଣୀ ମୁଖ୍ୟ ଚିକତ୍ସା ଲୟକୁ ସ୍ଥାନାନ୍ତର କରାଯାଇଛି. l
ଖବରପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଞ୍ଚି ଉଭୟ ମୃତ ଓ ଆହତ ବ୍ୟକ୍ତି ଙ୍କୁ ଫିରିଙ୍ଗିଆ ମେଡିକାଲ କୁ ଆଣିଥିଲେ.l ମେଡିକାଲ ରେ ଫିରିଙ୍ଗିଆ ପୋଲିସ ଏ ଏସ ଏଇ କୃଷ୍ଣ ଚନ୍ଦ୍ର ଗୌଡ଼ ତାଙ୍କ ଟିମ ସହ ପହ ଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତି ଜଣକ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗାଁ ର ସିମାଞ୍ଚଳ କହଁର ବୋଲି ଜଣା ପଡ଼ିଥିବା ବେଳେ ଗୁରୁତର ଆହତ ହୋଇ ଥିବା ବ୍ୟକ୍ତି ଜଣକ ବନ୍ଧଗଡ଼ ପଂଚାୟତ ଚଢିଆପାଳି ଗାଁ ର ଜଗା ନାୟକ ବୋଲି ଜଣା ପଡିଛିl
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































