ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା
ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନର୍ଗତ ଓରା ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଛି. ଗତ ୩ ତାରିଖ ବିଳମ୍ବିତ ରାତିରେ ରେ ଜଣେ ନବମ ଶ୍ରେଣୀର ନା ବାଳିକାଛାତ୍ରୀ କୁ ଏକାଧିକ ଯୁବକ ପାଟିରେ ରୁମାଲ ବାନ୍ଧି ଯୋର ଜବରଦସ୍ତ ଅପହରଣ କରି ଦୁଷ୍କର୍ମ କରିଥବା ଅଭିଯୋଗ ହୋଇଛି l
ଏ ନେଇ କୋଟଗଡ଼ ଥାନାରେ ପୀଡିତା ନାବାଳିକା ଛାତ୍ରୀ ର ବାପା ଏତଲା ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ ଗତ ୩ ତାରିଖ ରାତିରେ ନାବାଳିକା ଜଣଙ୍କ ପରିସ୍ରା ଯିବା ପାଇଁ ବାହାରକୁ ଯାଇଥିବା ବେଳେ ଗ୍ରାମର ଚାରି ଜଣ ଯୁବକ ପାଟିରେ ରୁମାଲ ଦେଇ ଜୋରଜବରଦସ୍ତ ମୋ ଟର ସାଇକଲ ରେ ବସାଇ କୋଟଗଡ ପର୍ଯନ୍ତ ଆଣିଲେ.ସେଠୁ ଏକ କାର ରେ ଅଉ କେତେ ଜଣ ମିଶି ବାଲିଗୁଡା କୁ ନେଇଗଲେ. ଏକ ଅନ୍ଧାର ଘର ରେ ସେଇ ଝିଅ କୁ ଦୁଇ ଜଣ ଦୁଷ୍କର୍ମ କଲେ ଓ କହିଲେ କାହାକୁ ବି କହିବୁନି, ଯଦି ଘରେ କହିବୁ ତେବେ ତୋ ବାପା ମା ଙ୍କୁ ଓ ତତେ ଜୀବନରେ ମାରିଦେବୁ ବୋଲି ଧମକ ଦେଲେ. l ନାବାଳିକା ଛାତ୍ରୀ ଜଣଙ୍କ କାନ୍ଦି କାନ୍ଦି ମତେ ଛାଡି ଦିଅ ମୁ କାହାକୁ ବି କହିବିନି,ବୋଲି କହିବାରୁ ତିନିଦିନ ପରେ କୁଆଡେ ଏକ ବୋ ଲେରୋରେ ବସାଇ ବିଳମ୍ବିତ ରାତିରେ ଓରା ଗ୍ରାମ ପାଖା ପାଖି ଏକ କିମି ଦୁର ଜଙ୍ଗଲରେ ଛାଡିଦେଲେ l ନାବାଳିକା ଜଣଙ୍କ ଘରକୁ ଆସି କହିଲା ପରେ ବାପା କୋଟଗଡ ଥାନାରେ ଗତକାଲିମଙ୍ଗଳବାର ଏକ ଏତଲା ଦେଇଥିଲେ l
ତେବେ ପୋଲିସ ଏଯାଏଁ କାହାରିକୁ ଗିରଫ କରିନଥିବା ଜଣାପଡିଛି l
ଏନେଇ ପୋଲିସ କୁ ପଚାରିଲେ ତଦନ୍ତ ଚାଲିଛି ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟl ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l
ତେବେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































