କନ୍ଧମାଳ ଜିଲ୍ଲାରେ ମୁକ୍ତ,ଅବାଧ .ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ଉଦ୍ୟମ
ଫୁଲବାଣୀ (ସୁନୀଲ ପଟନାୟକ )
ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ। ଏନେଇ ଆଜି ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରାକ ନିର୍ବାଚନ ପ୍ରସ୍ତୁତି ନେଇ ଗଣମାଧ୍ୟମକୁସୂଚନା ପ୍ରଦାନ କରିଥିଲେ। ଜିଲାରେ ୧୬ ତାରିଖରୁ ୨୪ ତାରିଖମଧ୍ୟରେ ୫ଟି ପ୍ରର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଜିଲାରେ ସମୁଦାୟ ୪ଲକ୍ଷ ୯୧ହଜ଼ାର ୭୬, ଜଣ ଭୋଟର ଅଛନ୍ତି।ଏଥିରୁ ପୁରୁଷ ଭୋଟର ୨ଲକ୍ଷ ୩୮ ହଜ଼ାର ୨୦୩ ଥିବାବେଳେ ମହିଳା ଭୋଟର ୨ ଲକ୍ଷ ୫୨ ହଜ଼ାର ୮୭୩ ଜଣ ଥିବା କହିଥିଲେ ।
ଜିଲାରେ ମୋଟ ୨୩୨୨ଟି ବୁଥ ପାଇଁ .୩୭୦୫ ଜଣ ପୋଲିଙ୍ଗ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୮ଟି ବୁଥ କୁ ନେଇ ଗୋଟିଏ ଗୋଟିଏ ଜଣେ ଜଣେ ସେକ୍ଟର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ।୧୨ଟି ବ୍ଲକ ରେ ୨୪ଟି ମହିଳାମାନଙ୍କ ପାଇଂ ପ୍ରତି ବ୍ଲକ ସଦରମହକୁମାରେ ଦୁଇଟି ଲେଖାଏଁ ପିଙ୍କ ଭୋଟ ଗ୍ରହଣ କେନ୍ଦ୍ର ର ବ୍ୟ ବ ସ୍ଥା କରାଯାଇଛି। କେବଳ ମହିଳା କର୍ମଚାରୀ ମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ l
ଏଥର ଭୋଟ ଗ୍ରହଣ ର ଦୁଇ ଦିନ ପୂର୍ବରୁ ଅର୍ଥାତ ୧୪ ତାରିଖ ସକାଳୁ ପୋଲିଙ୍ଗ କର୍ମଚାରୀ ମାନେ ବସ ଯୋଗେ ଜିଲା ପାଳଙ୍କ ଅଫିସ ସମୁଖରୁ ବାହାରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲପାଳ ଶ୍ରୀ ସାହୁ କହିଛନ୍ତି।
ଜିଲାରେ ଜଣେ ସରପଞ୍ଚ ଓ ୮ଜଣ ସମିତି ସଭ୍ୟ ନିର୍ଦ୍ଵନ୍ଦରେ ରେ ନିର୍ବାଚିତ ହୋଇଛନ୍ତି।
ସେହିପରି ୨୩୨୨ ୱ।ର୍ଡସଭ୍ୟ ମଧ୍ୟରୁ ୧୬୧୪ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାବେଳେ ୨୪୪ଟି ୱ।ର୍ଡରେ ନାମାଙ୍କନ ପତ୍ର ଦାଖଲ ହୋଇ ନ ଥିବା ଜଣା ପଡିଛି ।
ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟ ୧୬ରେ ବାଲିଗୁଡା ଓ କ ନୂଆ ଗାଁ ବ୍ଲକରେ . ଦ୍ୱିତୀୟ ପ୍ରର୍ଯ୍ୟାୟ ୧୮ରେ କୋଟଗଡ଼ ଓତୁମୁଡିବନ୍ଧ ବ୍ଲକ ,ତୃତୀୟ ପର୍ଯ୍ୟାୟ ୨୦ ତାରିଖରେ ଫୁଲବାଣୀ, ଖଜୁରୀପଡା,ଫିରିଙ୍ଗିଆ, ଚତୁର୍ଥ ପ୍ରର୍ଯ୍ୟାୟ ୨୨ରେ ଜିଉଦୟଗିରି ,ଟିକା ବାଲି ଓ ଚକାପାଦ ପଞ୍ଚମ ପ୍ରର୍ଯ୍ୟାୟ ୨୪ରେ ଦାରିଙ୍ଗବାଡିଓ ରାଇକିଆ ବ୍ଲକ୍ ରେ ନିର୍ବାଚନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି ।
ସେହିପରି କନ୍ଧମାଳର ଅନେକ ଅଞ୍ଚଳମାଓପ୍ରବଣ ଅଞ୍ଚଳ ହୋଇଥିବା ଓ ମାଓବାଦୀମାନେ ସକ୍ରୀୟ ହୋଇଥିବାରୁ ସେ ସବୁ ଅତି ସମ୍ବେଦନଶୀଳ ଅଞ୍ଚଳ ବୁଥ ଚିହ୍ନଟ କରାଯାଇ ତା ଉପରେ ସଶସ୍ତ୍ର ପୋଲିସ ସତର୍କ ନଜର ରଖିବା ସହ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯିବ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହରଣା ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































