ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ; ପୋଲିସ ପ୍ରଶାସନ ର ପ୍ରସ୍ତୁତି ବୈଠକ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆସନ୍ତା ୧୬ ତାରିଖ ରୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିପାଇଁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ଆଇଜି ଦୀପକ୍ କୁମାର ଙ୍କ ଉପସ୍ଥିତି ରେ ଜିଲ୍ଲା ଏସପି ରାହୁଲ ଜୈନ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଭୋଟ ଗ୍ରହଣ ସମୟରେ କିପରି କେନ୍ଦ୍ର ଗୁଡିକରେ ଶାନ୍ତି ଶୃଂଖଳା ରକ୍ଷା କରାଯିବ। ପେଟ୍ରୋଲି° ବ୍ୟବସ୍ଥା କୁ କଡିକଡି କରିବ, ସମ୍ବେଦନଶୀଳ ବୁଥ ଗୁଡିକ ରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଆଦି ଉପରେ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ଏସପି,ଏସଡିପିଓ, ସମସ୍ତ ଥାନା ର ଆଇଆଇସି ଯୋଗ ଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































