ଉତ୍ତମ ସାହାର୍ଯ୍ୟ କାରୀ ପୁରସ୍କାର ପ୍ରଦାନ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସଓ୍ବାନ ହଲ ଠାରେ ଦୁଇ ଜଣଙ୍କୁ ‘ଉତ୍ତମ ସାହାର୍ଯ୍ୟ କାରୀ’ ପୁରସ୍କାର ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରଦାନ କରିଥିଲେ । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହିସାବରେ ବରଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ଓ ଅମ୍ବାଭୋନା ଗ୍ରାମର ଅଭୟ କୁମାର ପଣ୍ଡାଙ୍କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ପ୍ରସଂଶା ପତ୍ର ସହ ପ୍ରୋତ୍ସାହନ ରାଶି ୬ ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ। ଜଣେ ବ୍ୟକ୍ତି ବା ସଂସ୍ଥା ନିଃସ୍ୱାର୍ଥପର ଭାବରେ କୌଣସି ପ୍ରୋତ୍ସାହନ ରାଶି ବା ପୁରସ୍କାରର ଆଶା ନରଖି, ବା ଆହତ ବ୍ୟକ୍ତିଙ୍କ ସହିତ ନିଜର କୌଣସି ସମ୍ପର୍କ ନଥାଇ ମଧ୍ୟ ତାଙ୍କୁ ଆପତ୍ତକାଳୀନ ସମୟରେ ଚିକିତ୍ସାଳୟ ପହଞ୍ଚାଇ ଥାଏ ତା’ ହେଲେ ଏହି ପୁରସ୍କାରଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ । ତେବେ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ହଜାର ଟଙ୍କା ସହିତ ପ୍ରସଂଶା ପତ୍ର ଦିଆଯାଉଥିବା ବେଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଚାରି ହଜାର ଟଙ୍କା ସହିତ ସମ୍ମାନ ପତ୍ର ପ୍ରଦାନ କରାଯାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଲୋକେ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରି ବିଭିନ୍ନ କୋର୍ଟ କଚେରୀ ମାମଲାରେ ଛନ୍ଦି ହେଉଥିବା କାରଣରୁ ସାହାର୍ଯ୍ୟ କରିବା ପାଇଁ ଲୋକେ ପଛଘୁଞ୍ଚା ଦେଉଥିଲେ ଯାହା ଫଳରେ ଅଯଥାରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ । ତେବେ ବର୍ତ୍ତମାନ ସମୟରେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆପାତ୍ତିକାଳୀନ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି କୋର୍ଟ କଚେରୀ ମାମଲାରେ ଅଂଶୀଦାର ନକରି ତାଙ୍କୁ ପ୍ରୋତ୍ସାହନ ରାଶି ସହିତ ସମ୍ମାନ ପତ୍ର ପ୍ରଦାନ କରି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































