ରେଞ୍ଜରଙ୍କ କୋଟିଏ ଟଙ୍କା ମୂଲ୍ୟ ର ସଂପତ୍ତି ଠାବ
ଫୁଲ ବାଣୀ(ସୁନୀଲପଟନାୟକ)
ଆୟ ବହିର୍ଭୁତ ସଂପତ୍ତି ଠୁଳମାମଲାରେ ଗୁରୁବାରକନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ6ରଂଜ ଅଫିସର ବୈରାଗୀ ଚରଣ ବେହେରାଙ୍କ କାର୍ଯ୍ୟାଳୟ ସମେତ କନ୍ଧମାଳ,ବୌଦ୍ଧ, ଭଞନଗର ଆଦି ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ ।
ଦିନ ତମାମ ଭିଜିଲାନ୍ସ ଚଢ଼ାଉ ପରେ ଭଞ୍ଜନଗରଲଣ୍ଡେଇ ସାହୀ ରେ ଦୁଇ ମହଲା ଘର, ବୌଦ୍ଧ ଜିଲ୍ଲା ବୁଟୁ ପାଲିରେ ଛାତଘର, ଦଦରା ଲୁଣ୍ଡାରେ ପଲଟ୍ରି ଫାର୍ମ ,ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦୁଇଟିପ୍ଲ ଟ. ଓ ଗୋଟିଏ ଆଙ୍କୁ ଲି ବ୍ରହ୍ମପୁର, ଓ ବୌଦ୍ଧ ସହରରେ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା
ସେହିପରି ବିଭିନ୍ନ ବ୍ୟାଙ୍କ ଖାତାରେ ୮ ଲକ୍ଷ ୫୦ହଜାର ,ଜୀବନ ବିମା୯ଲକ୍ଷ ୪୨ହଜାର,ସୁନାଗହଣା ୫ ଲକ୍ଷ୬୫ ହଜାର, ଘରକରଣା ଜିନିଷ୫ଲକ୍ଷ ୮୩ ହଜାର, ଗୋଟିଏ ମୋଟର ସାଇକଲ କିଛିନଗଦ ଟଙ୍କା ଓ ଅନ୍ୟାନ୍ୟ ମୁଭେବୁଲ ଓ ଇମମୁଭେବୁଲ ସମ୍ପତ୍ତି ରହିଛି ବୋଲି ଭିଜିଲାନ୍ସ ସୂଚନା ଦେବା ସହ ଆହୁରିତଦନ୍ତ ଜାରୀ ରହିଥିବା କହିଛି ।
ଏହି ଚଢାଉ ରେ ୪ଜଣ ଡିଏସ ପି.୭ଜଣ ଇନ୍ସପେକ୍ଟର, ଙ୍କ ସମେତ ବହୁ କର୍ମଚାରୀ ନିୟୋଜିତ ଥିଲେ।
ତଦନ୍ତ ପରେ ଫରେଷ୍ଟ ଗାର୍ଡରୁ ପଦୋନ୍ନତୀ ପାଇ ରେଞ୍ଜର ହୋଇଥିବା ଏହି ଦୁର୍ନୀତି ଗସ୍ତ ଅଫିସର ବୈରାଗୀ ଚରଣ ବେହେରା ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାରେ ଥିବା ଆଉ କିଛି ଜଙ୍ଗଲ ବିଭାଗ ଅଧିକାରି ଓ କର୍ମଚାରୀ ମଧ୍ୟ ଭିଜିଲାନ୍ସ ସ୍କାନରରେ ଅଛନ୍ତି ତାଙ୍କ ଉପରେ ମଧ୍ୟ ଭିଜିଲାନ୍ସ ସତର୍କ ନଜର ରଖିଥିବା ଶୁଣି ବାକୁ ମିଳୁଛି । ଏଥି ପୂର୍ବରୁ ଭିଜିଲାନ୍ସ ବିଭାଗ ପୂର୍ବତନ ତୁମୁଡିବନ୍ଧ ରେଞ୍ଜର ଓ ବାଲିଗୁଡ଼ାର ଜଣେ ଫରେଷ୍ଟରଙ୍କ ଘରଉପରେ ଚଢ଼ାଉ କରିଥିଲା।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































