ଆର. ନୂଆଗାଁ ରେ ସର୍ଟ ସର୍କିଟ ରେ ଘର ଜଳିଗଲା
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ ଆଜି ଅପରାହ୍ନ ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗା ପଟା , ଧାନ ,ଚାଉଳ ସମେତ ୪୫ ହଜାର ଟଙ୍କା,କାଗଜ ପତ୍ର ,ସୁନା ମାଳି ଦୁଇ ଗୋଟି ଓ ନିତ୍ୟ ବ୍ୟବହାର୍ଯ୍ୟ ଘରର, ଆସବାବ ପତ୍ର ସବୁ ନିମିଷକ ମଧ୍ୟରେ ପୋଡ଼ି ପାଉଁଶ ହୋଇ ଯାଇଥିବା ପ୍ରହ୍ଲାଦ କହଁର କହିଛନ୍ତି ।ଘରେ ରହୁଥିବାସମସ୍ତେ ଗାଧୋଇବା ପାଇଁ ନଦୀ କୁ ଯାଇଥିବା ବେଳେ ସର୍ଟ ସର୍କିଟ ରେ ଘର ଜଳିଯାଇଛି ।ଖବର ପାଇ ଘଟଣାସ୍ଥଳରେ ଖଜୁରୀପଡ଼ା ଦମକଳ ବାହୀନି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି ।ରାଜସ୍ବ ନୀରିକ୍ଷକ ଅଧିକାରୀ ରିତାଞ୍ଜଳି କହଁର ଏବଂ ୱାର୍ଡ ମେମ୍ବର ନିରୁପମା ଗଣ୍ଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କ୍ଷୟ କ୍ଷତି ଆକଳନ କରି ଖଜୁରୀପଡ଼ା ତହସିଲଦାର କୁ ରିପୋର୍ଟ ପଠାଇବା ସହିତ ଅସହାୟ ପରିବାରକୁ ପଲିଥିନ ଏବଂ କିଛି ସୁଖିଲା ଖାଦ୍ୟ ସହିତ ରାସନ୍ ସାମଗ୍ରୀ ଯୋଗାଇଥିବା ରାଜସ୍ବ ନିରୀକ୍ଷକ ଅଧିକାରୀ ସୂଚନା ଦେଇଛନ୍ତି।
ଖଜୁରୀପଡା ତହସିଲଦାର ସ୍ୱପ୍ନିତା ନାୟକ କ୍ଷତିଗ୍ରସ୍ତ ପରିବାର କୁ ସମସ୍ତ ପ୍ରକାର ସହଯୋଗ କରିବା ଲାଗି କହିଛନ୍ତି ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































