ଆଠଗଡ଼: ବିପୁଳ ସ୍ବାଗତ ଓ ସମର୍ଥନରେ ୧ ନମ୍ବର ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର
ଆଠଗଡ଼(ଉଲାପ୍ର) ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରତ୍ୟେକ ପ୍ରାର୍ଥୀ ଏବେ ବେଶ୍ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ଘରକୁ ଘର ବୁଲି ମତଦାତା ମାନଙ୍କୁ ନିର୍ବାଚନ ସମ୍ପର୍କରେ ସଚେତନ କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୦୧ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବଡଭୂଇଁ ପଞ୍ଚାୟତରେ ପହଞ୍ଚି ନିଜ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ପଞ୍ଚାୟତର ବିଶ୍ବନାଥପୁର, ବଡଭୂଇଁ ଦେଶ, ବଡଭୂଇଁ ଦଳ ଓ ଅନନ୍ତପୁର ଗ୍ରାମକୁ ଯାଇ ସମସ୍ତ ମତଦାତାଙ୍କୁ ସେମାନଙ୍କ ଘରେ ଭେଟି ଚଳିତ ନିର୍ବାଚନ ସମ୍ପର୍କରେ ସଚେତନ କରିବା ସହ ନିଜ ସପକ୍ଷରେ ହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ ନେତୃବୃନ୍ଦଙ୍କ ସମେତ ବହୁ ସଂଖ୍ୟକ ସମର୍ଥକ ମାନେ ଯୋଗ ଦେଇଥିଲେ । କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ଧଳଙ୍କ ସହ ସନ୍ଦେଶ ମହାପାତ୍ର, ଚନ୍ଦ୍ରକାନ୍ତ ଦାଶ, ମିଲଟନ୍ ଦାଶ, ଆଶିଷ ଦାଶ, ବିକାଶ ଦାଶ, ଲିପନ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ସଞ୍ଜୟ ମନ୍ତ୍ରୀ, ବାନାମ୍ବର ସେଠୀ, ବିଦ୍ଯେଶ୍ବର ପ୍ରଧାନ, ମାନସ ପ୍ରଧାନ, ସାଗର ବେହେରା, ମାନସ ବେହେରା, ଧିରେନ୍ଦ୍ର ପ୍ରଧାନ, ବିନୋଦ ଦେହୁରୀ, ମାନସ ରଞ୍ଜନ ପ୍ରଧାନ, ପ୍ରେମାନନ୍ଦ ରାଉତ, ସୁରେଶ ପରିଡା, ପ୍ରକାଶ ଚନ୍ଦ୍ର ପୁହାଣଙ୍କ ସମେତ କଂଗ୍ରେସ ନାରୀନେତ୍ରୀ ନଳିନୀ ବେହେରା ମତଦାତା ମାନଙ୍କୁ ହାତ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଶ୍ରୀମତୀ ଦଳଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ । ଆଜିର ଏହି ପ୍ରଚାର ସମୟରେ ଦୀର୍ଘଦିନ ଧରି ଶାସନ କବଳରୁ ଦୂରେଇ ରହିଥିବା ବହୁ ସଂଖ୍ୟକ ପୁରୁଷ ଓ ମହିଳା କଂଗ୍ରେସ କର୍ମୀମାନେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଧଳଙ୍କୁ ସ୍ବାଗତ ଜଣାଇବା ସହ ଦୃଢ଼ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































