ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହେଲା କାର ଜଣେ ମୃତ, ଅନ୍ୟ ଦୁଇ ଗୁରତର
ଫୁଲବାଣୀ(ସ୍ଥନୀଲପଟନାୟକ)
ମଙ୍ଗଳବାର ସକାଳୁ ଏକ ସୁଇଫଟଡିଜାୟର କାର ଭାରସାମ୍ୟ ହରାଇ ଜିଉଦୟଗିରି କୁର୍ମୁଙ୍ଗିଆ ଠାରେ ରାସ୍ତାକଡ଼ ଗଛରେ ପିଟି ହୋଇଯିବା ଫଳରେ ସାମନାରେ ବସିଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
ଖବର ପାଇଁ,ପୋଲିସ ଓ ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେଜି.ଉଦୟଗିରି ଡାକ୍ତରଖାନା କୁ ପଠାଇଥିଲେ । ତେବେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଫୁଲ ବାଣୀସଦରମହକୁମା ଡ଼ାକ୍ତରଖାନାକୁ ସ୍ଥାନ।ନ୍ତ ରୀତ କରାଯାଇଛି ।
ଜିଉଦୟଗିରି ପୋଲିସମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ମୃତକଙ୍କ ପରିଚୟ ମିଳିନି, କାରଟି ଭୁବନେଶ୍ଵର ଅଞ୍ଚଳର ବୋଲି କୁହାଯାଉଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































