କଟକରେ ଭୋଟର ଲିଷ୍ଟ ସଂଶୋଧନ ପାଇଁ ଦାବିକଲା ବିଜେପି
କଟକ(ଉଲାପ୍ର)କଟକନଗର ଭାଜପା ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସିଏମସି କମିଶନର ମହୋଦୟା ସମୟ ଦେଇଥିବାରୁ ତାଙ୍କୁ ଭୋଟର ଲିଷ୍ଟ ତ୍ରୁଟି ଵିଷୟ ନେଇ ତୀବ୍ର ପ୍ରତିବାଦ ଜଣାଇଥିଲେ।।ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଶୁଣିବା ପରେ ସେ ପ୍ରତିନିଧି ଙ୍କ ସହିତ ଏକମତ ହୋଇ ସମ୍ପୂର୍ଣ୍ଣ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଲେ। ଆସନ୍ତାକାଲି ଏହି ବିଷୟ ନେଇ ଅଭିଯୋଗର ଶେଷ ଦିବସ ଥିବାରୁ ସମସ୍ତ ନାମ ଗୁଡିକୁ ପୁନଃ ସ୍ଥାନିତ କରିବା ଓ ୱାର୍ଡ ଏପଟ ସେପଟ ଅଭିଯୋଗ ଅନୁସାରେ ଠିକ ଠାକ କରାଇବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରିବା ପାଇଁ ଯେଉଁ ସରକାରୀ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି, ତାହାଙ୍କର ନାମ ଓ ଫୋନ ନମ୍ବର ଦେଲେ,ତାଙ୍କୁ ଯୋଗାଯୋଗ କରି ନିଜ ନିଜର ସମସ୍ତ ନାମ ଯୋଡିବା ଓ ନିଜ ୱାର୍ଡରେ ନାମ ରଖିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିବେଦନ କଲେ ।ଏହା ବ୍ୟତୀତ ସମସ୍ତ ଅଭିଯୋଗକାରୀ CMC କାର୍ଯ୍ୟାଳୟ(ବିଜୁ ଭବନ)ରେ ୧୫ ଫେବ୍ରୁଆରି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏବଂ ୧୬ ଫେବ୍ରୁଆରୀ ସକାଳ ୧୦ଟା ରୁ ନିଜର ଅଭିଯୋଗ ଦାଖଲ କରନ୍ତୁ। ସେଠାରେ ଦାୟିତ୍ୱରେ ଥିବା ଅଫିସର ଆପଣଙ୍କ ଅପେକ୍ଷାରେ ଅଛନ୍ତି ବୋଲି କଟକ ମ୍ୟୁନିସିପାଲ କମିଶନର ମହୋଦୟା ଜଣାଇଛନ୍ତି।ପ୍ରତିନିଧି ଦଳ ଅଭିଯୋଗ ଧାର୍ଯ୍ୟ ତାରିଖ ସମୟ ସୀମା ବଢାଇବାକୁ ନିବେଦନ କରିଥିଲେ।ପ୍ରତିନିଧି ଦଳରେ ସର୍ବଶ୍ରୀ ପ୍ରଦୀପ ପଟ୍ଟନାୟକ, ସବ୍ୟସାଚୀ ମହାପାତ୍ର, ଚିତ୍ତରଞ୍ଜନ ଦାସ,ପ୍ରକାଶ ଅଗ୍ରୱାଲ ପ୍ରଭୃତି ପ୍ରମୁଖ ଭାଜପା ନେତା ସାମିଲ ଥିଲେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































