ସରପଞ୍ଚ ପ୍ରାର୍ଥୀଙ୍କ ଆକସ୍ମିକ ବିୟୋଗ,ସରପଞ୍ଚ ନିର୍ବାଚନ ସ୍ଥଗିତ
ବରଗଡ଼(ଉଲାପ୍ର)ବରଗଡ଼ରେ ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ଆକସ୍ମିକ ବିୟୋଗ ଯୋଗୁଁ ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପିଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିର୍ବାଚନ କୁ ଦାୟିତ୍ଵ ରେ ଥିବା ନିର୍ବାଚନ ଅଧିକାରୀ ସ୍ଥଗିତ ରଖିଛନ୍ତି। ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ମତଦାନ ହେବାକୁ ଥିବା ବେଳେ ମତଦାନକୁ ସ୍ଥଗିତ ରଖିବା ପାଇଁ ଭଟଲି ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ଧିରେନ୍ଦ୍ର କୁମାର ସେଠୀ ବିଜ୍ଞପ୍ତି ଜାରି କରିଛନ୍ତି। । ଭଟଲି ବ୍ଲକ କେଲେଣ୍ଡାପାଲି ସରପଂଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ଭଟଲି ବିଡିଓ ତଥା ନିର୍ବାଚନ ଅଧିକାରୀ ଧୀରେନ୍ଦ୍ର କୁମାର ସେଠୀ ସରପଂଚ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































