କନୂଆଗାଁ ବ୍ଲକ ୭୧.୬୬ ପ୍ରତିଶତ ମତଦାନ
ଫୁଲବାଣୀ(ସୁନୀଲପଟନାୟକ)
ମାଓ ଅଧ୍ୟୁଷିତକନ୍ଧମାଳ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଶାନ୍ତି ଶୁଙ୍ଖଳାର ସହ ଶେଷ ହୋଇଛି । ଆଜି ଅନୁଷ୍ଠିତ କନୂଆଗାଁ ବ୍ଲକର ସମସ୍ତ ଫୁଲିଙ୍ଗ ପାର୍ଟି ସୁରକ୍ଷିତ ଭାବେ ଫେରି ଛନ୍ତି । କନୂଆଗାଁ ବ୍ଲ୍କ୍କ୍କ୍କ6ର ମୋଟ ୭୧.୬୬ ପ୍ରତିଶତ ମତଦାନ ହୋଇଛି । ବ୍ଲକରେ ମୋଟ ୪୦ହଜାର୬୦୮ ଜଣ ଭୋଟରଙ୍କ ମଧ୍ୟରୁ ୨୯ହଜାର ୧୦୨ ଜଣ ସେମାନଙ୍କ ମତାଧିକାର
ସାବ୍ୟସ୍ତ କରିଥିଲେ । ସେଥିମଧ୍ୟରୁ ୧ ହଜାର ୦୫ଜଣ ପୁରୁଷ ଭୋଟର ହୋଇଥିବାବେଳେ ୧୫ ହଜାର ୦୯୭ ଜଣ ମହିଳା ଭୋଟର ମତଦାନ କରିଥିବା ବିଡିଓ ଶରତ ଚନ୍ଦ୍ର ପାତ୍ର କହିଛନ୍ତି ।
ବିଡିଓ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ । ବଧାନରେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଥିଲା
ବ୍ଲକ୍ ଅନ୍ତର୍ଗତ ୧୪ ଟି ପଞ୍ଚାୟତରୁ ସିର୍ତ୍ତି ଗୁଡ଼ା ପଞ୍ଚାୟତରେ୮୧.୩୭ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବାବେଳେ ସାଇନିପଡ଼ାରେ ୭୧. ୧୨ପ୍ରତିଶତ, ମହାସିଙ୍ଗ ୮୧.୫୭ଲେଟିଙ୍ଗିଆ୮୦.୩୯, କୁଡୁତୁଲି୭୧.୨୭
କଞ୍ଜା ମେଣ୍ଡି୬୫.୪୪,ଜିରି ଡି କିଆ୫୭.୬୫,ଗୁଞ୍ଜିବାଡି୬୯.୮୨,ଗାନ୍ଦ୍ରୀ ଗାଁ ୭୩.୦୨.ଚା 6ଚଂଡି୬୯.୧୪, ବଣ୍ଡ ଗୁଡ଼ା୬୧.୫୩,ବାଲି ଗେଡ଼୭୩.୭୪, ସାରଙ୍ଗଡ଼୬୮.୨୨ ଓ ଆଦି ମାହା ୯୧. ୧୫ପ୍ରତିଶତ ମତଦାନ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ନିର୍ବାଚନ ପରିଚାଳନାରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପ୍ରଦୀପ ମହାନ୍ତି, ସହକାରୀ ଯନ୍ତ୍ରୀ ଇଁ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରି ସହଯୋଗ କରି ଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































