ଜିଉଦୟଗିରିରେ ବିଜେଡି ରଦମଦାର ପ୍ରଚାର
ଫୁଲ ବାଣୀ(ସୁନୀଲ ପଟନାୟକ)
କନ୍ଧମାଳ ଜିଉଦୟଗିରି ବ୍ଲକର ଜିଲ୍ଲାପରିଷଦ ଜୋନ ପାଇଁ ଚତୁର୍ଥ ପର୍ଯ୍ୟାୟ ୨୨ ତାରିଖରେ ହେବ ଭୋଟ। ଫଳରେ ସବୁ ଦଳର ପାର୍ଥୀମାନେ ନିଜନିଜ ସମର୍ଥକ ଓ ନେତାଙ୍କୁ ନେଇ ଦମଦାର ପ୍ରଚାର ଚଳାଇଛନ୍ତି।
ବିଜେଡିର ହେଭି ୱେଟ ନେତା ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ନଗର ଉନ୍ନୟନ୍ନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଜି ଉଦୟଗିରି ବିଧାୟକସାଲୁଗା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପ୍ରମୁଖ ଗୁରୁବାର ଜି.ଉଦୟ ଗିରି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଯୋରଦାର ପ୍ରଚାର ଚଳାଇଛନ୍ତି । ସେମାନେ ଜି ଉଦୟଗିରି ବ୍ଳକର ମାଲିକ ପୋଡି ଠାରେ ଦଳ ପକ୍ଷରୁ ଆୟୋଜିତ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ବୁଝାଇବା ସହ ଶଙ୍ଖଚିହ୍ନରେ ମୋହର ମାରି ନବୀନ ସରକାରଙ୍କୁ ମଜବୁତ କରିବାଲାଗି ଭୋଟରଙ୍କୁ ସାଂସଦ ଡଃସାମନ୍ତ ଓ ମନ୍ତ୍ରୀ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଅନୁରୋଧ କରିଥିଲେ ।ନବୀନ ପଟ୍ଟନାୟକଙ୍କ ସମୟରେ ହିଁ ରାଜ୍ୟରେ ଯଥେଷ୍ଟ ବିକାଶ ହୋଇଥିବା ଓ ଆଗକୁ ବି ଆହୁରୀ ବିକାଶ ହେବ ବୋଲି ସେମାନେ କହିଥିଲେ ।
ଏହାପରେ ଅନ୍ୟାନ୍ୟ ଅଞ୍ଚଳଗ୍ରସ୍ତ କରି ମନ୍ତ୍ରୀ ପ୍ରତ।ପ ଦେଲା, ସଂସଦ ଡଃ ଅଚ୍ୟୁତ ସାମନ୍ତ,ବିଧାୟକସାଲୁଗା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ତଥା ବରୀଷ୍ଠ ନେତା ସରୋଜ କର୍ଣ୍ଣ ପ୍ରମୁଖ ବିଜୁ ଜନତା ଦଳ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଥିଲେ ।
ସେହିପରି ବିଜେପି ଓ କଂଗ୍ରେସ ନେତାମାନେ ମଧ୍ୟ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।
ଦୁର୍ଗମ ପଞ୍ଚାୟତର ଗ୍ରାମଗୁଡିକୁ ଯାଇ କଂଗ୍ରେସ ସପକ୍ଷରେ ଭୋଟ ଦେବା ଲାଗି ଅନୁରୋଧ କରିଥିଲେ ।
ସେହିପରି ବିଜେଡି ଓ ବିଜେପି ନେତାମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ପଚାର କରିଥିଲେ।
ବିଜେଡିର ବିଧାୟକସାଲୁଗା ପ୍ରଧାନ, ସାଂସଦ ,ପ୍ରମୁଖ ପ୍ରଚାର କରୁଥିବାବେଳେ ବିଜେପି ଜିଲ। ସଭାପତି ଜଗନ୍ନାଥ ସାହୁ ଓ କଂଗ୍ରେସ ର ଜ଼ିଲ୍ଲା ସଭାପତି ଅନାମ ନାୟକ ପ୍ରଚାର ମଙ୍ଗ ଧରିଛନ୍ତି ।
ତେବେ କିଏ ଜିତିବ ଆଉ କିଏ ହାରିବତାହା ଭୋଟ ଗ୍ରହଣ ପରେ ଜଣାପଡିବା
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































